Categories: ଖେଳ

ହକି ଦଳର ମୁଖ୍ୟ କୋଚ୍‌ ପଦରୁ ଇସ୍ତଫା

ନୂଆଦିଲ୍ଳୀ,୩୦ା୧: ଗ୍ରାହାମ ରିଡ୍‌ ଭାରତୀୟ ହକି ଦଳର ମୁଖ୍ୟ କୋଚ ପଦରୁ ସୋମବାର ଇସ୍ତଫା ଦେଇଛନ୍ତି। ହକି ବିଶ୍ୱକପରେ ଆୟୋଜକ ଭାରତୀୟ ଦଳର ଖରାପ ପ୍ରଦର୍ଶନ କାରଣରୁ ରିଡ୍‌ ଏହି ପଦରୁ ଓହରି ଯାଇଥିବା ଜଣାପଡିଛି।

୨୦୧୯ ଏପ୍ରିଲରେ ରିଡ୍‌ ଭାରତୀୟ ଦଳର ଦାୟିତ୍ୱ ନେଇଥିଲେ। ରିଡ୍‌ଙ୍କ ଅଧୀନରେ ଭାରତ ୨୦୨୧ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିଲା। ଆସନ୍ତା ୨୦୨୪ ପ୍ୟାରିସ୍‌ ଅଲିମ୍ପିକ୍ସ ଯାଏ ରିଡଙ୍କ କାର୍ଯ୍ୟକାଳ ରହିଥିଲା। ସୋମବାର ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କୁ ରିଡ୍‌ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଭାରତୀୟ ଦଳ ଓ ହକି ଇଣ୍ଡିଆ ସହିତ କାର୍ଯ୍ୟକରିବା ଗୌରବ ବୋଲି ରିଡ୍‌ କହିଛନ୍ତି।

Share