Categories: ଜାତୀୟ

ଜମ୍ମୁ-କଶ୍ମୀରର ୪ ଭାଜପା ନେତାଙ୍କ ଇସ୍ତଫା

ଜମ୍ମୁ, ୧୦।୮: ଜମ୍ମୁ-କଶ୍ମୀରର ବଡ୍‌ଗାମ ଜିଲାର ଭାଜପା କର୍ମୀ ଅବଦୁଲ୍‌ ହମିତ ନାଜାର ରବିବାର ସକାଳେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାର କିଛି ଘଣ୍ଟା ପରେ ଉକ୍ତ ଜିଲାର ୪ ଜଣ ଭାଜପା ନେତା ଦଳରୁ ଇସ୍ତଫା ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଦଳର ଜିଲା ସାଧାରଣ ସମ୍ପାଦକ ଏବଂ ଏମ୍‌ଏମ୍‌ ମୋର୍ଚ୍ଚା ସାଧାରଣ ସମ୍ପାଦକ ଅଛନ୍ତି। ଉପତ୍ୟକାରେ ଦଳୀୟ କର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଭୀରୁତାର ପରିଚୟ। ଏଥିରୁ ପାକିସ୍ତାନର ନିରାଶା ସ୍ପଷ୍ଟ ହେଉଛି ବୋଲି ଜମ୍ମୁ-କଶ୍ମୀର ଭାଜପା ସଭାପତି ରବିନ୍ଦର ରାଇନା କହିଛନ୍ତି।

Share