ପାଲେଷ୍ଟିନୀୟ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ଜେରୁଜେଲମ୍‌,୨୭।୨: ପାଲେଷ୍ଟିନୀୟ ପ୍ରଧାନମନ୍ତ୍ରୀ ମହମ୍ମଦ ଶତାୟେହଙ୍କ ସରକାର ସୋମବାର ଇସ୍ତଫା ଦେଇଛନ୍ତି। ଫଳରେ ସେଠାରେ ଆମେରିକା ସମର୍ଥିତ ସଂସ୍କାର ପାଇଁ ବାଟ ଫିଟିପାରିବ ବୋଲି କୁହାଯାଉଛି। ତେବେ ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାରର ଇସ୍ତଫାକୁ ଗ୍ରହଣ କରାଯିବ କି ନାହିଁ ରାଷ୍ଟ୍ରପତି ମହମୁଦ୍‌ ଆବ୍ବାସ ସେ ନେଇ ନିଷ୍ପତ୍ତି ନେଇନାହାନ୍ତି। ଗାଜା ଷ୍ଟ୍ରିପ୍‌ରେ ଯୁଦ୍ଧ, ଗଣହତ୍ୟା ଏବଂ କ୍ଷୁଧା ଏବଂ ଓ୍ବେଷ୍ଟ ବ୍ୟାଙ୍କ ଏବଂ ଜେରୁଜେଲମ୍‌ ମଧ୍ୟରେ ଉତ୍ତେଜନା ଅଭୂତପୂର୍ବ ଭାବେ ବଢ଼ିଥିବାରୁ ପ୍ରଧାନମନ୍ତ୍ରୀ ମହମ୍ମଦ ଇସ୍ତଫା ଦେବା ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି। ଯୁଦ୍ଧ ଶେଷ ହେବା ପରେ ଗାଜାକୁ ଶାସନ କରିବା ନିମନ୍ତେ ପାଲେଷ୍ଟିନୀୟ ପ୍ରଶାସନରେ ସଂସ୍କାର ଚାହୁଁଛି ଆମେରିକା।

Share