ରେଜିଷ୍ଟାନ୍ସ ଫ୍ରଣ୍ଟ ତାଲିବାନ ସହିତ ବୁଝାମଣା ପାଇଁ ରାଜି…

କାବୁଲ,୬।୯: ଆଫଗାନିସ୍ତାନର କାବୁଲର ଉତ୍ତରରେ ଥିବା ପଞ୍ଜଶିର ଉପତ୍ୟକାରେ ତାଲିବାନ ବାହିନୀକୁ ବିରୋଧ କରୁଥିବା ଆଫଗାନିସ୍ତାନ ବିରୋଧୀ ଦଳର ନେତା ଯୁଦ୍ଧ ବନ୍ଦ କରିବା ସହିତ ବୁଝାମଣା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହା ଦ୍ୱାରା ଗୃହଯୁଦ୍ଧରୁ ଦେଶ ରକ୍ଷା ପାଇ ପାରିବ ବୋଲି ସେ କହିଛନ୍ତି। ନ୍ୟାସନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ ଅଫ ଆଫଗାନିସ୍ତାନ (ଏନ୍‌ଆର୍‌ଏଫ୍‌ଏ)ର ମୁଖ୍ୟ ଅହମ୍ମଦ ମାସୁଦ ଦଳର ଫେସବୁକ ପେଜରେ ଏହି ଘୋଷଣା କରିଛନ୍ତି। ଏହାପୂର୍ବରୁ ତାଲିବାନ ବାହିନୀ କହିଛି ଯେ ଆଖପାଖ ଜିଲାକୁ ସୁରକ୍ଷିତ ରଖିବା ପରେ ସେମାନେ ପ୍ରଦେଶର ରାଜଧାନୀ ପଞ୍ଜଶିରକୁ ଯାଇଛନ୍ତି।
ମାସୁଦ ଫେସବୁକ ପୋଷ୍ଟରେ କହିଛନ୍ତି ଯେ ବର୍ତ୍ତମାନର ସମସ୍ୟାର ସମାଧାନ ତଥା ଯୁଦ୍ଧକୁ ତୁରନ୍ତ ବନ୍ଦ କରିବା ଏବଂ ଆଲୋଚନା ଜାରି ରଖିବା ପାଇଁଏନ୍‌ଆର୍‌ଏଫ୍‌ଏ ସହମତ।

ଚିରସ୍ଥାୟୀ ଶାନ୍ତି ଲାଗି ଏନ୍‌ଆର୍‌ଏଫ୍‌ଏ ପଞ୍ଜଶିର ଏବଂ ଆଣ୍ଡରାବ ଉପରେ ତାଲିବାନ ସେମାନଙ୍କ ଆକ୍ରମଣ ତଥା ସାମରିକ ଆନ୍ଦୋଳନକୁ ବନ୍ଦ କରିବା ସର୍ତ୍ତରେ ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତୁତ ବୋଲି ସେ ପଡୋଶୀ ବାଗଲାନର ଏକ ଜିଲା ବିଷୟରେ କହିଛନ୍ତି।

ଏହା ପରେ ଧାର୍ମିକ ବିଦ୍ୱାନମାନଙ୍କର ଉଲେମା ପରିଷଦ ସହିତ ସମସ୍ତ ପକ୍ଷର ଏକ ବିଶାଳ ସମାବେଶ ହୋଇପାରେ ବୋଲି ସେ କହିଛନ୍ତି।

ଆଫଗାନିସ୍ତାନ ଗଣମାଧ୍ୟମରେ କୁହାଯାଇଛି ଯେ ପଞ୍ଜଶିରରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିବା ପାଇଁ ତାଲିବାନକୁ ଏକ ବୁଝାମଣା ହୋଇଥିବା ସମାଧାନ ପନ୍ଥା ଗ୍ରହଣ କରିବାକୁ ଧାର୍ମିକ ନେତାମାନେ ଆହ୍ବାନ ଦେଇଛନ୍ତି।

ତାଲିବାନର ମୁଖପାତ୍ର ବିଲାଲ କରିମି କହିଛନ୍ତି ଯେ ସେମାନଙ୍କ ବାହିନୀ ପ୍ରାଦେଶିକ ରାଜଧାନୀ ବାଜାରକ୍‌ଠାରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି।

ସୂଚନାଯୋଗ୍ୟ, କାବୁଲର ଉତ୍ତରରେ ଥିବା ପାର୍ବତ୍ୟର ପଞ୍ଜଶିର, ୧୯୮୦ ଦଶକରେ ସୋଭିଏତ୍‌ ଯୁଦ୍ଧରେ ମଧ୍ୟ ଅଧିକୃତ ହୋଇ ପାରି ନ ଥିଲା।

Share