Posted inଜାତୀୟ

ପ୍ରଥମ କ୍ୟାବିନେଟ୍‌ରେ ‘୩୭୦’ ସଂକଳ୍ପନାମା

ଶ୍ରୀନଗର,୧୦ା୧୦:ଜମ୍ମୁ-କଶ୍ମୀରରେ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଏବଂ କଂଗ୍ରେସର ମେଣ୍ଟ ସରକାର ଶପଥ ନେବା ପରେ ପ୍ରଥମ କ୍ୟାବିନେଟ୍‌ରେ ଅନୁଚ୍ଛେଦ ୩୭୦ ଉପରେ ସଂକଳ୍ପନାମା ପାରିତ କରାଯିବ। କେନ୍ଦ୍ରଶାସିତ ଅଞ୍ଚଳକୁ ରାଜ୍ୟ ମାନ୍ୟତା ଫେରାଇବା ପାଇଁ କେନ୍ଦ୍ର ଉପରେ ଚାପ ସୃଷ୍ଟି ଉଦ୍ଦେଶ୍ୟରେ ଏହି ଦାବି ଦୋହରାଯିବ ବୋଲି ବୁଧବାର ଏନ୍‌ସି ଉପାଧ୍ୟକ୍ଷ ଓମାର ଅବ୍‌ଦୁଲ୍ଲା କହିଛନ୍ତି।
୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ କେନ୍ଦ୍ର ସରକାର ହଟାଇ ଦେଇଥିଲେ। ଏଥିସହ ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ସୃଷ୍ଟି କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଜମ୍ମୁ-କଶ୍ମୀରରେ ୨୦୧୪ ପରେ ପ୍ରଥମ ଥର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି। ଏନ୍‌ସି ନିଜ ନିର୍ବାଚନୀ ଇସ୍ତାହାରରେ ୩୭୦କୁ ପୁନଃ ଅବସ୍ଥାପିତ କରାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଲଗାତର ଭାବେ ୩୭୦ ପ୍ରସଙ୍ଗ ଉଠାଇ କେନ୍ଦ୍ରର ମୋଦି ସରକାରଙ୍କୁ ସମାଲୋଚନା କରିଥିଲେ। ଏପରି କି ଇଣ୍ଡିଆ ବ୍ଲକ୍‌ ଆଗାମୀ ଦିନରେ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରସ୍ତ ଦାବିରେ ସଡ଼କରୁ ସଂସଦ ପର୍ଯ୍ୟନ୍ତ ଆନ୍ଦୋଳନ କରିବ ବୋଲି ରାହୁଲ ନିର୍ବାଚନ ପ୍ରଚାର ବେଳେ କହିଥିଲେ। ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୧ ମଧ୍ୟରେ ୩ ପର୍ଯ୍ୟାୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଫଳ ଏନ୍‌ସି-କଂଗ୍ରେସ ମେଣ୍ଟ ସପକ୍ଷରେ ଯାଇଛି। କଶ୍ମୀରବାସୀ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ଏନ୍‌ସିକୁ ୪୨ ଓ ସହଯୋଗୀ କଂଗ୍ରେସକୁ ୬ ଆସନରେ ବିଜୟୀ କରାଇଛନ୍ତି। ଏଥିସହ ତାଙ୍କ ପୁଅ ତଥା ଏନ୍‌ସି ଉପାଧ୍ୟକ୍ଷ ଓମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଏ ନେଇ ଓମାର ବୁଧବାର ଶ୍ରୀନଗରରେ ଖବରଦାତାମାନଙ୍କୁ କହିଛନ୍ତି, ଜମ୍ମୁ-କଶ୍ମୀରରେ ସରକାର ‘ଦିଲ୍ଲୀ ଅବସ୍ଥା’ ନ ଭୋଗି ସୁରୁଖୁରୁରେ ଚାଲିବ ବୋଲି ସେ ଆଶାବାଦୀ। ସରକାର ଗଠନ ହେବା ମାତ୍ରେ ପ୍ରଥମ କ୍ୟାବିନେଟ୍‌ ବୈଠକରେ ୩୭୦ ପୁନଃ ଅବସ୍ଥାପନ ଏବଂ ରାଜ୍ୟ ମାନ୍ୟତା ଫେରସ୍ତ ନେଇ ସଂକଳ୍ପନାମା ପାରିତ କରାଯିବ। ଏହା ପରେ ଜମ୍ମୁ-କଶ୍ମୀର ସରକାର ଏହି ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ଯିବେ। କେନ୍ଦ୍ର ସହ ଜମ୍ମୁ-କଶ୍ମୀର ସରକାରଙ୍କ ସମ୍ଭାବ୍ୟ ମୁହଁାମୁହିଁ ସ୍ଥିତି ନେଇ ପ୍ରଶ୍ନ କରାଯିବାରୁ ଓମାର କହିଥିଲେ, ନୂଆଦିଲ୍ଲୀ ସହ ବିବାଦ କରି କିଛି ହାସଲ କରାଯାଇପାରିବ ନାହିଁ। ପ୍ରଥମେ ସରକାର ଗଠନ ହେଉ। କେନ୍ଦ୍ର ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରହିବ। ଏଥିରୁ ଜମ୍ମୁ-କଶ୍ମୀରବାସୀ ଲାଭାନ୍ବିତ ହେବେ। ଲୋକେ ଆମକୁ ମୁହଁାମୁହିଁ ହେବା ପାଇଁ ନୁହେଁ, ବରଂ ବିକାଶ, ନିଯୁକ୍ତି ଓ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଫେରିପାଇବା ସକାଶେ ଭୋଟ ଦେଇଛନ୍ତି।
ଓମାର ଆହୁରି କହିଛନ୍ତି, ସରକାର ଗଠନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଗୁରୁବାର ଏନ୍‌ସି ବିଧାୟକ ଦଳ ବୈଠକ ଡକାଯାଇଛି। ଉକ୍ତ ବୈଠକରେ ଏନ୍‌ସି ଅଧ୍ୟକ୍ଷ ଫାରୁକ୍‌ ଅବ୍‌ଦୁଲ୍ଲା ଅଧ୍ୟକ୍ଷତା କରିବେ। ଏହା ପରେ ସହଯୋଗୀ ଦଳଗୁଡ଼ିକୁ ଡକାଯିବ ଏବଂ ମେଣ୍ଟର ନେତା ନିର୍ବାଚନ କରାଯିବ। ଆମେ ରାଜଭବନ ଯାଇ ସରକାର ଗଠନ ପାଇଁ ଦାବି ଜଣାଇବୁ। ଖୁବ୍‌ଶୀଘ୍ର ସରକାର ଶପଥ ନେବେ। ତେବେ ମେହବୁବା ମୁଫ୍‌ତିଙ୍କ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି)କୁ ମେଣ୍ଟ ସରକାରରେ ସାମିଲ କରାଯିବ କି ବୋଲି ଖବରଦାତାମାନେ ପ୍ରଶ୍ନ କରିବାରୁ ଓମାର କହିଥିଲେ, ଏ ଯାଏ ସେନେଇ କିଛି ଆଲୋଚନା ହୋଇନାହିଁ। ପିଡିପି ମଧ୍ୟ ଆମକୁ ଏ ସମ୍ପର୍କରେ ଅନୁରୋଧ କରିନାହିଁ ବୋଲି ଓମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ କମ୍ପାନୀରେ ସିଭି ପକାଇ ପାଇଥିଲେ ଚାକିରି, ସେହି ଟାଟା କମ୍ପାନୀର ହେଲେ ମାଲିକ

ନୂଆଦିଲ୍ଲୀ,୧୦।୧୦: ୮୬ବର୍ଷରେ ସାରା ଦୁନିଆକୁ ପର କରି ଦେଇଛନ୍ତି ଭାରତର ବିଜନେସ ଟାଇଫୁନ୍‌ ରତନ ଟାଟା। ବ୍ୟବସାୟରେ ସେ ବିପ୍ଲବ ଆଣିଥିଲେ ଯେ, ଟାଟା ଲୁଣଠୁ...

ତ୍ରିରଙ୍ଗାରେ ଘୋଡ଼ାଇ ଦିଆଗଲା ରତନ ଟାଟାଙ୍କ ମରଶରୀର,ଜନସାଧାରଣଙ୍କ ଶେଷଦର୍ଶନ ପାଇଁ…

ମୁମ୍ବାଇ,୧୦ା୧୦: ଟାଟା ସନ୍ସର ଚେୟାରମ୍ୟାନ ଏବଂ ଭାରତର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନପ୍ରାପ୍ତ ପଦ୍ମଭୂଷଣ, ରତନ ଟାଟାଙ୍କ ମରଶରୀର ଦକ୍ଷିଣ ମୁମ୍ବାଇର ନ୍ୟାଶନାଲ ସେଣ୍ଟର୍‌ ଫର୍‌...

ରାହୁଲଙ୍କୁ ସମର୍ଥନ କରିଦେଲେ ଚନ୍ଦ୍ରବାବୁ ନାଇଡୁ, ଏକାକୀ ପଡିଗଲେ ମୋଦି, ଜାତୀୟ ରାଜନୀତିରେ ବଡ଼ ହଲଚଲ

ନୂଆଦିଲ୍ଲୀ,୧୦।୧୦: ହରିୟାଣାରେ ଭାଜପାକୁ ମିଳିଛି ହ୍ୟାଟ୍ରିକ ବିଜୟ। ଭାଜପା ଖାତାକୁ ଆଉ ଗୋଟିଏ ରାଜ୍ୟ ଯାଉଥିବାବେଳେ କଂଗ୍ରେସ ହାତରୁ ହରିୟାଣା ହାତଛଡା ହୋଇଛି। ଏନେଇ କଂଗ୍ରେସ...

ଏତିକି କୋଟି ଟଙ୍କା ଛାଡିଯାଇଛନ୍ତି ରତନ ଟାଟା: ଧନୀ ତାଲିକାରେ…

ନୂଆଦିଲ୍ଲୀ,୧୦।୧୦: ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା।...

ମିଛର ଝଡ଼ ସୃଷ୍ଟି କରୁଛି କଂଗ୍ରେସ

ନୂଆଦିଲ୍ଲୀ,୧୦ା୧୦:ମୋଦି ସରକାରଙ୍କ ଗତ ୧୦ ବର୍ଷର ଶାସନରେ ଗରିବ, କୃଷକ, ଯୁବ ଓ ମହିଳାମାନେ ବିଶେଷ ଉପକୃତ ହୋଇଛନ୍ତି। କେନ୍ଦ୍ରର ଜନକଲ୍ୟାଣକାରୀ ନୀତିକୁ ଦେଖି ହରିୟାଣା...

ଓଡ଼ିଶା ସହ ଏମିତି ଥିଲା ରତନ ଟାଟାଙ୍କ ସମ୍ପର୍କ…

ମୁମ୍ବାଇ/ଭୁବନେଶ୍ୱର,(୧୦ା୧୦): ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬...

ରତନ ଟାଟାଙ୍କ ପରଲୋକରେ ସବୁଠି ଶୋକର ଛାୟା: ଜାଣନ୍ତୁ କିଏ କ’ଣ କହିଲେ

ନୂଆଦିଲ୍ଲୀ,୧୦।୧୦: ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା।...

ଥରେ ନୁହେଁ ୪ ଥର ପ୍ରେମରେ ପଡିଥିଲେ ରତନ ଟାଟା, କିନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଶିଳ୍ପ ଜଗତରେ ରତନ ଟାଟା ଏକ ମାଇଲ ଖୁଣ୍ଟ ସୃଷ୍ଟି କରିଛନ୍ତି। ୮୬ ବୟସରେ ଆମକୁ ଛାଡି ଚାଲିଯାଇଛନ୍ତି ଦେଶର ସବୁଠାରୁ ବଡ଼ ଉଦ୍ୟୋଗପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri