କଶ୍ମୀର ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରୁଛି ପାକିସ୍ତାନ

ଇସଲାମାବାଦ,୨୦ ।୧୨: ପାକିସ୍ତାନର ସେନା ମୁଖ୍ୟ ଜେନେରାଲ କମର ବାଜୱା କହିଛନ୍ତି ସୀମାରେ ଶାନ୍ତି ଓ ସ୍ଥିରତା ପାଇଁ କଶ୍ମୀର ସମସ୍ୟାର ସମାଧାନ କରିବା ଜରୁରୀ । ସୌଦିର ବୈଦେଶିକ ମନ୍ତ୍ରୀ ଫୈସଲ ବିନ ଫରହାନ ଅଲ ସଉଦଙ୍କ ସହ ବସିଥିବା ଏକ ବୈଠକରେ ଜେନେରାଲ ବାଜୱା ଏହା କହିଛନ୍ତି । ଆଫଗାନିସ୍ତାସ ସମସ୍ୟାକୁ ନେଇ ଆୟୋଜିତ ଇସଲାମିକ ସହଯୋଗ ସଙ୍ଗଠନରେ ବୈଦେଶିକ ମନ୍ତ୍ରୀଙ୍କ ୧୭ ତମ ବୈଠକରେ ବାଜୱା ଏହି କଥା ଉଠାଇଛନ୍ତି । ଏହି ବୈଠକରେ ସୀମା ସୁରକ୍ଷା, ଆଫଗାନିସ୍ତାନରେ ବର୍ତ୍ତମାନର ସ୍ଥିତି ଓ ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ପର୍କକୁ ନେଇ ଆଲୋଚନା ହୋଇଥିଲା । ମିଳିଥିବା ସୂଚନାରୁ ଜଣାପଡିଛି କି ଜେନେରାଲ ବାଜୱା ‘ଦକ୍ଷିଣ ଏସିଆରେ ସ୍ଥିରତା ପାଇଁ କଶ୍ମୀର ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ’ ଜରୁରୀ ବୋଲି ଜୋର ଦେଇ କହିଥିଲେ । ଆଉ ଦୋହରାଇଥିଲେ କି ପାକିସ୍ତାନ ସୀମାରେ ଶାନ୍ତି ପାଇଁ ପଡୋଶୀ ଦେଶମାନଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ପ୍ରତିଷ୍ଠା କରିବାକୁ ଚାହୁଁଛି । ଭାରତ ବି ସବୁବେଳେ କହିଆସିଛି କି ଆତଙ୍କବାଦ ଓ ହିଂସା ମୁକ୍ତ ବାତାବରଣରେ ସମସ୍ୟାର ସମାଧାନ ଚାହିଁଛି ।

 


Enter your email to get our daily news in your inbox.

All Right Reserved By Dharitri.Com

କାଙ୍ଗାଳରୁ ମାଲାମାଲ ହେବ ପାକିସ୍ତାନ? ହାତରେ ଲାଗିଛି…

ଇସଲାମାବାଦ,୧୪।୧: ଦାରିଦ୍ର୍ୟ ଏବଂ ଦୁଃଖର ସମୟ ଦେଇ ଗତି କରୁଥିବା ପାକିସ୍ତାନରେ ୨.୮ ନିୟୁତ ଟୋଲା ଅର୍ଥାତ୍‌ ୨୮ ଲକ୍ଷ ଟୋଲା ସୁନା ମିଳିଛି ଏବଂ...

ଚାଇନାର ଚମକାଇବା ଭଳି ରିପୋର୍ଟ, Twitter ପରେ TikTokର ମାଲିକ ହେବେ ମସ୍କ!

ବେଜିଂ,୧୪।୧: ଜାନୁଆରୀ ୧୯ପରେ ଆମେରିକାରେ ଟିକ୍‌ଟକ୍‌ ଉପରେ ପ୍ରତିବନ୍ଧକ ଲଗାଯିବାର ରିପୋର୍ଟ ମଧ୍ୟରେ, ବ୍ଲୁମବର୍ଗର ଏକ ପ୍ରମୁଖ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟରେ ଦାବି କରାଯାଇଛି...

ବଡ଼ ଅଘଟଣ, ସୁନା ଖଣିରେ ଫସିଥିବା ୧୦୦ ଶ୍ରମିକଙ୍କ ମୃତ୍ୟୁ

କେପ ଟାଉନ,୧୪।୧: ଦକ୍ଷିଣ ଆଫ୍ରିକାର ଏକ ବେଆଇନ ଖଣିରେ ୧୦୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚକିତ କରିଛି। ଖଣିରେ ଫସି ରହିଥିବା ଏହି...

ସମୁଦ୍ର ମଝିରୁ ସାଟେଲାଇଟ୍‌ ଲଞ୍ଚ୍‌ କଲା ଚାଇନା

ବେଜିଂ,୧୪।୧: ଚାଇନା ସୋମବାର ପ୍ରଥମଥର ପାଇଁ ସମୁଦ୍ର ମଧ୍ୟରୁ ରକେଟ୍‌ ଯୋଗେ ସଫଳତାର ସହ କେତେକ ସାଟେଲାଇଟ୍‌କୁ ଉତ୍‌କ୍ଷେପଣ କରିଛି। ବ୍ୟବସାୟିକ ମହାକାଶ ଗବେଷଣାରେ ଏହା ଏକ...

ଆଉ କେବେ ବି ଭାରତ ଆସିପାରିବେନି ଟ୍ରମ୍ପ! ଲାଗିବ କଡ଼ା କଟକଣା?

ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଜାନୁଆରୀ ୧୦ ୨୦୨୫ରେ ଜଣେ ସାଂଘାତିକ ଅପରାଧୀ ଭାବରେ ଦୋଷୀ ସାବ୍ୟସ୍ତ କରାଯାଇଛି। ମେ ମାସରେ, ତାଙ୍କ ବିରୋଧରେ...

ଜାପାନରେ ୬.୯ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ, ସୁନାମି ଆଶଙ୍କା

ନୂଆଦିଲ୍ଲୀ, ୧୩।୧: ସୋମବାର ଜାପାନର କ୍ୟୁଶୁ ଅଞ୍ଚଳରେ ୬.୯ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଖବରକୁ ସ୍ଥାନୀୟ ପାଣିପାଗ ନିଶ୍ଚିତ କରିଥିବା ରିପୋର୍ଟ...

ବିପଦ ନା ଅବସର! କାଲିଫର୍ନିଆ-ଲସ ଆଞ୍ଜେଲ୍ସରେ ଲାଗିଥିବା ନିଆଁ କଏଦୀଙ୍କ ପାଇଁ ପାଲଟିଛି ଉତ୍ସବ!

ଲସ-ଆଞ୍ଜେଲ୍ସ,୧୩।୧: କାଲିଫର୍ନିଆ ଏବଂ ଲସ ଆଞ୍ଜେଲସ ଜଙ୍ଗଲରେ ବ୍ୟାପିଥିବା ନିଆଁ ସମୟ ସହିତ ଅଧିକ ଭୟଙ୍କର ହେବାରେ ଲାଗିଛି। ଅଗ୍ନିକାଣ୍ଡ ଯୋଗୁଁ ଏପର୍ଯ୍ୟନ୍ତ ୨୪ ଜଣଙ୍କର...

ଚାଇନାରୁ ଆସିଲା ଖୁସି ଖବର, କମିଲା HMPV ସଂକ୍ରମଣ

ବେଜିଂ,୧୩।୧: ଭାରତରେ HMPV ଭାଇରସ ମାମଲା ବୃଦ୍ଧି ପାଉଛି। ଏପର୍ଯ୍ୟନ୍ତ ଦେଶର ଅନେକ ରାଜ୍ୟରୁ ଏହି ଭାଇରସର ମାମଲା ରିପୋର୍ଟ ହୋଇଛି। ଚାଇନାରୁ ଆରମ୍ଭ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri