କଶ୍ମୀର ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରୁଛି ପାକିସ୍ତାନ

ଇସଲାମାବାଦ,୨୦ ।୧୨: ପାକିସ୍ତାନର ସେନା ମୁଖ୍ୟ ଜେନେରାଲ କମର ବାଜୱା କହିଛନ୍ତି ସୀମାରେ ଶାନ୍ତି ଓ ସ୍ଥିରତା ପାଇଁ କଶ୍ମୀର ସମସ୍ୟାର ସମାଧାନ କରିବା ଜରୁରୀ । ସୌଦିର ବୈଦେଶିକ ମନ୍ତ୍ରୀ ଫୈସଲ ବିନ ଫରହାନ ଅଲ ସଉଦଙ୍କ ସହ ବସିଥିବା ଏକ ବୈଠକରେ ଜେନେରାଲ ବାଜୱା ଏହା କହିଛନ୍ତି । ଆଫଗାନିସ୍ତାସ ସମସ୍ୟାକୁ ନେଇ ଆୟୋଜିତ ଇସଲାମିକ ସହଯୋଗ ସଙ୍ଗଠନରେ ବୈଦେଶିକ ମନ୍ତ୍ରୀଙ୍କ ୧୭ ତମ ବୈଠକରେ ବାଜୱା ଏହି କଥା ଉଠାଇଛନ୍ତି । ଏହି ବୈଠକରେ ସୀମା ସୁରକ୍ଷା, ଆଫଗାନିସ୍ତାନରେ ବର୍ତ୍ତମାନର ସ୍ଥିତି ଓ ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ପର୍କକୁ ନେଇ ଆଲୋଚନା ହୋଇଥିଲା । ମିଳିଥିବା ସୂଚନାରୁ ଜଣାପଡିଛି କି ଜେନେରାଲ ବାଜୱା ‘ଦକ୍ଷିଣ ଏସିଆରେ ସ୍ଥିରତା ପାଇଁ କଶ୍ମୀର ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ’ ଜରୁରୀ ବୋଲି ଜୋର ଦେଇ କହିଥିଲେ । ଆଉ ଦୋହରାଇଥିଲେ କି ପାକିସ୍ତାନ ସୀମାରେ ଶାନ୍ତି ପାଇଁ ପଡୋଶୀ ଦେଶମାନଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ପ୍ରତିଷ୍ଠା କରିବାକୁ ଚାହୁଁଛି । ଭାରତ ବି ସବୁବେଳେ କହିଆସିଛି କି ଆତଙ୍କବାଦ ଓ ହିଂସା ମୁକ୍ତ ବାତାବରଣରେ ସମସ୍ୟାର ସମାଧାନ ଚାହିଁଛି ।

 

Share