ଆଲୋଚନା ମାଧ୍ୟମରେ ସମାଧାନ କର: ହାଇକୋର୍ଟ

କଟକ ଅଫିସ, ୨୬ା୪:ହାଇକୋର୍ଟରେ ସୋମବାର ନାଲ୍‌କୋ କ୍ୟାପ୍‌ଟିଭ୍‌ ପାୱାର ପ୍ଲାଣ୍ଟରେ କୋଇଲା ସଙ୍କଟ ମାମଲାର ଶୁଣାଣି ହୋଇଛି। ପ୍ଲାଣ୍ଟରେ କୋଇଲା ସଙ୍କଟ କିପରି ଦୂର ହୋଇପାରିବ ଓ ସୁରୁଖୁରୁରେ ପ୍ଲାଣ୍ଟ ପରିଚାଳନା କରାଯାଇପାରିବ ସେନେଇ କେନ୍ଦ୍ର କୋଇଲା ସଚିବ, ଖଣି ସଚିବ, ଶକ୍ତି ସଚିବ, ରେଳ ବୋର୍ଡ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ମହାନଦୀ କୋଲଡ୍‌ ଫିଲ୍ଡସ (ଏମ୍‌ସିଏଲ୍‌) ସିଏମ୍‌ଡି ଏବଂ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ (ନାଲ୍‌କୋ) ସିଏମ୍‌ଡି ମିଳିତ ଭାବେ ଆଲୋଚନା କରିବେ। ଆସନ୍ତା ୨୬ ତାରିଖରେ ଏହି ଆଲୋଚନା ହେବ। ଆଲୋଚନାର ବିସ୍ତୃତ ତଥ୍ୟକୁ ଅତିରିକ୍ତ ସଲିସିଟର ଜେନେରାଲ ପରବର୍ତ୍ତୀ ଶୁଣାଣି ବେଳେ ହାଇକୋର୍ଟରେ ଉପସ୍ଥାପନ କରିବେ। ସୋମବାର ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଏବଂ ବିଚାରପତି ଆର୍‌. କେ. ପଟ୍ଟନାୟକ ଏହି ମାମଲାର ଶୁଣାଣି କରି ଉପରୋକ୍ତ ଆଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୭ ତାରିଖରେ ହେବ।
ସୂଚନା ଅନୁଯାୟୀ, ନାଲ୍‌କୋ ଅଫିସର୍ସ ଆସୋସିଏଶନ ପକ୍ଷରୁ ଶୁକ୍ରବାର ରୁଜୁ ମାମଲାରେ ଦର୍ଶାଯାଇଥିଲା ଯେ, ନାଲ୍‌କୋ କ୍ୟାପ୍‌ଟିଭ ପାୱାର ପ୍ଲାଣ୍ଟ ପାଇଁ ପ୍ରତିଦିନ ୧୮ ହଜାର ମେଟ୍ରିକ ଟନ କୋଇଲା ଆବଶ୍ୟକ। କିନ୍ତୁ ଏବେ ଏମ୍‌ସିଏଲ୍‌ ପକ୍ଷରୁ ଦୈନିକ ୫ ହଜାର ମେଟ୍ରିକ ଟନ କୋଇଲା ଯୋଗାଣ ହେଉଛି। ଫଳରେ ନାଲ୍‌କୋ ବନ୍ଦ ହୋଇଯିବା ନେଇ ଆଶଙ୍କା ଉପୁଜିଥିବା ଆବେଦନକାରୀମାନେ ଉଲ୍ଲେଖ କରିଥିଲେ। ଏହି ମାମଲାରେ ଶୁକ୍ରବାର ହାଇକୋର୍ଟ ହସ୍ତକ୍ଷେପ କରି ନାଲ୍‌କୋକୁ ପୂର୍ବତଟ ରେଲଓ୍ବ ୪ଟି ରେକ୍‌ କୋଇଲା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଯଦି ନାଲ୍‌କୋ ପକ୍ଷରୁ ଅନୁରୋଧ କରାଯାଏ, ତା’ହେଲେ ପୂର୍ବତଟ ରେଲଓ୍ବେ ଏହାକୁ ପ୍ରାଥମିକତା ଦେବାକୁ କୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଥିଲେ। ଏମ୍‌ସିଏଲ୍‌ ପ୍ରତିଦିନ ଭରତପୁରସ୍ଥିତ ମାଇନ୍ସରୁ ୪ଟି ରେକ୍‌ କୋଇଲା ଆଣି ନାଲ୍‌କୋର ଅନୁଗୋଳ ପ୍ଲାଣ୍ଟରେ ପହଞ୍ଚାଇବ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ଉଲ୍ଲେଖ କରିଥିଲେ। ଏଥିସହ ଏହି ମାମଲାରେ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ, ନାଲ୍‌କୋ ଏବଂ ଏମ୍‌ସିଏଲ୍‌କୁ ଜବାବ ଦାଖଲ ପାଇଁ ନୋଟିସ ଜାରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାକୁ ଖାତିର ନ କରି ପ୍ରଭୁ ଯୀଶୁଙ୍କ ପାଇଁ କଲେ ପ୍ରାର୍ଥନା

ବାଲିଗୁଡା,୨୫।୧୨: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଜି ସାରା ବିଶ୍ୱ ପାଳନ କରୁଛି ବଡ଼ଦିନ। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡର ପ୍ରତ୍ୟେକ ବ୍ଲକ ଅଞ୍ଚଳର...

ସାଧାରଣ ଲୋକଙ୍କ ପାଖରେ ସ୍ବଚ୍ଛ ପ୍ରଶାସନ ପହଞ୍ଚାଇବା ସରକାରଙ୍କ ପ୍ରାଥମିକତା: କନକ ବର୍ଦ୍ଧନ ସିଂଦେଓ

ବଲାଙ୍ଗୀର, ୨୫।୧୨: (ସୁନିଲ କୁମାର ମହାନ୍ତି): ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଅଡିଟୋରିୟମରେ ଜିଲାସ୍ତରୀୟ...

ଶ୍ରୀଜିଉଙ୍କୁ ଦର୍ଶନ କଲେ ବିଦାୟୀ ରାଜ୍ୟପାଳ, କହିଲେ ମହାପ୍ରଭୁଙ୍କ ଯୋଗୁ ମୁଁ ଓଡ଼ିଶାର ସେବା…

ପୁରୀ,୨୫ା୧୨: ରାଜ୍ୟପାଳ ପଦରୁ ମଙ୍ଗଳବାର ଇସ୍ତଫା ଦେଇଥିବା ରଘୁବର ଦାସ ଆଜି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଏହି ସମୟରେ ସେ କହିଛନ୍ତି, ମହାପ୍ରଭୁଙ୍କ...

ଏମିତି ବି ଆସେ ମୃତ୍ୟୁ: ସ୍ବାମୀଙ୍କ ଜୁଇ ନ ଲିଭୁଣୁ ଚାଲିଗଲା ସ୍ତ୍ରୀଙ୍କ ଜୀବନ

ନିଶ୍ଚିନ୍ତକୋଇଲି, ୨୫ା୧୨(ଅଶୋକ କୁମାର ମହାପାତ୍ର): ସ୍ବାମୀଙ୍କ ଜୁଇ ନ ଲିଭୁଣୁ ଚାଲିଗଲା ସ୍ତ୍ରୀଙ୍କ ଜୀବନ। ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଟକ ଜିଲା ମାହାଙ୍ଗା...

ଫାଣ୍ଡି ଅଧିକାରୀ ନିଲମ୍ବିତ

ଜଳେଶ୍ୱର,୨୫ା୧୨(ନବୀନ ସାହୁ): ଲୁଗା ଦୋକାନରୁ ଚୋରି କରିବା ଅଭିଯୋଗରେ ଯୁବକଙ୍କୁ ବାଡ଼େଇ ବାଡ଼େଇ ମାରିଦେବା ଘଟଣାରେ ଦାୟିତ୍ୱରେ ଅବହେଳା ଅଭିଯୋଗରେ ବାଲେଶ୍ୱର ଜିଲା ସାର୍ଥା ଫାଣ୍ତି...

ଜବରଦଖଲରେ ୩୦ ହଜାର ଏକର ଜଙ୍ଗଲ ଜମି

ପଟ୍ଟାମୁଣ୍ଡାଇ,୨୫ା୧୨(କଳ୍ପତରୁ ନାୟକ): ୨୦୦୯ର ସରକାରୀ ତଥ୍ୟ ଅନୁଯାୟୀ ୨୦୧୫ରେ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ଜିଲାରେ ୧,୬୪୯ ବାଂଲାଦେଶୀ...

ଦାରିଙ୍ଗବାଡ଼ି ଉତ୍ସବମୁଖର: ବର୍ଷାକୁ ଖାତିର ନ କରି ପ୍ରଭୁ ଯୀଶୁଙ୍କ ପାଇଁ କଲେ ପ୍ରାର୍ଥନା

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଆଜି ସାରା ବିଶ୍ୱ ପାଳନ କରୁଛି ବଡ଼ଦିନ। ପ୍ରଭୁ ଯୀଶୁଖ୍ରୀଷ୍ଟ କରିଛନ୍ତି ଧରାବତରଣ। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ...

ଭିଡିଓ କଲ୍‌ କରି ଡାକ୍ତରଖାନା ଫ୍ୟାନ୍‌ରେ ଝୁଲିପଡ଼ିଲେ କର୍ମଚାରୀ, ଖିଅ ଖୋଜୁଛି ପୋଲିସ

ଦେବଗଡ଼,୨୫ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅନ୍ତର୍ଗତ କଣ୍ଟାପାଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ଜଣେ ଯୁବକ ସ୍ବାସ୍ଥ୍ୟକେନ୍ଦ୍ରର ଏକ କଠୋରି ଭିତରେ ଲାଗିଥିବା ପଙ୍ଖାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri