Categories: ଜାତୀୟ

ରିସୋର୍ଟ ରାଜନୀତି, ଜୁନ ୩୦ ପର୍ଯ୍ୟନ୍ତ ହୋଟେଲରେ ପ୍ରବେଶ ନିଷେଧ…

ଗୁଆହାଟୀ, ୨୭।୬ : ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଗୁଆହାଟୀରେ ରାଡିସନ ବ୍ଲୁ ହୋଟେଲ ବୁକିଂ ଜୁନ ୩୦ ପର୍ଯ୍ୟନ୍ତ ବୃଦ୍ଧିୀ କରାଯାଇଛି। ଯେଉଁଠାରେ ଏକନାଥ ସିନ୍ଧେ ଏବଂ ତାଙ୍କ ଦଳର ବିଧାୟକମାନେ ଏଠାରେ ରହି ରିସୋର୍ଟ ରାଜନୀତକୁ ନୂତନ ରୂପ ଦେବାରେ ଲାଗିଛନ୍ତି। ଏବେ ରେଡିସନ ବ୍ଲୁ ହୋଟେଲରେ ବାହାରର ବୁକିଂ ବନ୍ଦ ହୋଇଯାଇଛି।

ହୋଟେଲ ବାହ୍ୟ ସୁବିଧା ପାଇଁ ରେଷ୍ଟୁରାଣ୍ଟ ଭଳି ଅନ୍ୟାନ୍ୟ ସୁବିଧା ବନ୍ଦ କରିଦେଇଛି। ଦୁର୍ଗ ପରି ହୋଟେଲର ଚାରିପଟେ ସୁରକ୍ଷା ବୃଦ୍ଧି କରାଯାଇଛି। କେବଳ ଚୁକ୍ତିନାମା ଥିବା ବିମାନ କମ୍ପାନୀଗୁଡିକର କର୍ମଚାରୀମାନେ ହୋଟେଲକୁ ଯିବାକୁ ସକ୍ଷମ। ତେବେ ଜୁଲାଇ ୧ ରୁ ହୋଟେଲରେ ବୁକିଂ ଆରମ୍ଭ ହେବ ବୋଲି କୁହାଯାଇଛି।

ସୂଚନାନୁସାରେ, ଏକନାଥ ସିନ୍ଧେଙ୍କ ସହ ଥିବା ବିଧାୟକମାନଙ୍କ ପାଇଁ ରେଡିସନ ବ୍ଲୁ ହୋଟେଲରେ ପ୍ରାୟ ୭୦ ରୁମ ବୁକ କରାଯାଇଛି। ଗୁଆହାଟୀ ମୁମ୍ବାଇଠାରୁ ଅଢ଼େଇ ହଜାର କିଲୋମିଟର ଦୂରରେ ଥାଇପାରେ, କିନ୍ତୁ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ପ୍ରତ୍ୟେକ ରାଜନନୈତିକ ପଦକ୍ଷେପ ଉପରେ ଏଠାରୁ ନଜର ରଖାଯାଉଛି ଏବଂ ଏହାର ପଦକ୍ଷେପ ମଧ୍ୟ ଏଠାରୁ କରାଯାଉଛି। ଏହା କୁହାଯାଉଛି ଯେ ଶୀଘ୍ର ଆଉ କିଛି ଶିବସେନା ବିଧାୟକ ଏକନାଥ ସିନ୍ଧେଙ୍କ ଦଳରେ ଯୋଗ ଦେଇପାରନ୍ତି।

Share