ସମ୍ମାନ ଦ୍ୱାରା ବରିଷ୍ଠ ନାଗରିକଙ୍କ ମାନସିକସ୍ତର ବିକଶିତ ହୁଏ: ଗବେଷଣା ରିପୋର୍ଟ…

ଓ୍ବାଶିଂଟନ,୧୭।୪ : ଆମ ଚାରିପାଖରେ ଏପରି ଅନେକ ବରିଷ୍ଠ ନାଗରିକଙ୍କୁ ଆମେ ଦେଖିଥାଉ। ବୟସ ବଢ଼ିବା ସହିତ ସେମାନେ ସ୍ମୃତି ଶକ୍ତି ଦୁର୍ବଳ ହେବା ସମସ୍ୟାର ଶିକାର ହୋଇଥାନ୍ତି। ବିଶେଷକରି ୬୫ ବର୍ଷରୁ ଅଧିକ ବୟସ୍କମାନଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଇଥାଏ। ଡାକ୍ତରୀ ଭାଷାରେ ଏହାକୁ ମୃଦୁ କଗ୍ନିଟିଭ ଇମ୍ପାୟାରମେଣ୍ଟ (ଏମସିଆଇ) କୁହାଯାଏ। ଏହି ସମସ୍ୟାରେ ପୀଡିତ ଲୋକମାନେ ଭୁଲିଯିବା ଆରମ୍ଭ କରନ୍ତି। ଫଳରେ ପରିଚିତମାନଙ୍କୁ ଚିହ୍ନିବା ସେମାନଙ୍କ ପାଇଁ କଷ୍ଟକର ହୋଇଥାଏ। ବର୍ତ୍ତମାନ ପର୍ଯ୍ୟନ୍ତ ଏହା ବିଶ୍ୱାସ କରାଯାଉଥିଲା ଯେ ବୃଦ୍ଧାବସ୍ଥା ଯୋଗୁଁ ଏହି ମାନସିକ ଦୁର୍ବଳତାର ଶିକାର ହୋଇଥିବା ସମସ୍ତ ଲୋକ ଆରୋଗ୍ୟ ହୁଅନ୍ତି ନାହିଁ।

କିନ୍ତୁ, ଏବେ ଆମେରିକୀୟ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେଉଁ ସଂସ୍କୃତିରେ ବାର୍ଦ୍ଧକସ୍ଥେିତିକୁ ସକାରାତ୍ମକ ଭାବରେ ଗ୍ରହଣ କରାଯାଏ। ସେଠାରେ ବୃଦ୍ଧଙ୍କ ପ୍ରତି ଭଲ ମନୋଭାବ ରହିଥା। ଫଳରେ ଏମସିଆଇରେ ପୀଡିତଙ୍କ କ୍ଷେତ୍ରରେ ଉନ୍ନତି ଘଟିଥାଏ। ଅଧ୍ୟୟନ ଅନୁଯାୟୀ, ଅନ୍ୟମାନଙ୍କ ତୁଳନାରେ ଏହିପରି ସଂସ୍କୃତିରେ ବରିଷ୍ଠ ନାଗରିକମାନଙ୍କ ମାନସିକ ସ୍ଥିତିରେ ଉନ୍ନତିର ସମ୍ଭାବନା ୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ।

ଅଧ୍ୟୟନର ମୁଖ୍ୟ ୟେଲ ସ୍କୁଲ ଅଫ ପବ୍ଲିକ ହେଲ୍ଥର ମନସ୍ତତ୍ତ୍ୱବିତ ବେକେ ଲେଭିଙ୍କ ଅନୁଯାୟୀ, ବୃଦ୍ଧାବସ୍ଥାକୁ ଏକ ସକାରାତ୍ମକ ଢଙ୍ଗରେ ଦେଖିବା ଦ୍ୱାରା ପୀଡ଼ିତମାନଙ୍କ ମାନସିକ ଚାପ ହ୍ରାସ କରିବା, ଆତ୍ମବିଶ୍ୱାସ ବଢ଼ାଇବା ଏବଂ ମାନସିକ ଦକ୍ଷତା ଉପରେ ସେମାନଙ୍କର ବିଶ୍ୱାସରେ ଉନ୍ନତି ଆଣିବା ସହଜ ହୋଇଥାଏ। ୟେଲ ଗବେଷକ ମାର୍ଟିନ ସ୍ଲେଡଙ୍କ ଅନୁଯାୟୀ, ଏହି ଅଧ୍ୟୟନ ପ୍ରଥମ ଥର ପାଇଁ ମସ୍ତିଷ୍କ କାର୍ଯ୍ୟଦକ୍ଷତା ଉପରେ ସଂସ୍କୃତିର ପ୍ରଭାବ ବିଷୟରେ ଆଲୋଚନା କରିଥାଏ।

Share