Posted inଫୁରସତ

ବୟସ୍କଙ୍କୁ ମର୍ଯ୍ୟାଦା

ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ, କଲ୍ୟାଣ ଏବଂ ଅଧିକାର ବିଷୟରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ୧ ଅକ୍ଟୋବରରେ ‘ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ’
ପାଳନ କରାଯାଏ। ଏହି ଦିନ ସମାଜରେ ବୟସ୍କ ବ୍ୟକ୍ତିଙ୍କ ଅବଦାନକୁ ସମ୍ମାନ ଦେବା, ସେମାନଙ୍କ ପ୍ରତି ସମର୍ଥନ ଏବଂ ଯତ୍ନର ଭାବନା ବଢ଼ାଇବାକୁ ଏକ ସୁଯୋଗ ପ୍ରଦାନ କରେ। ୧୯୯୧ରେ ଜାତିସଂଘ ପକ୍ଷରୁ ପ୍ରଥମେ ଏହି ଦିବସ ପାଳିତ ହୋଇଥିଲା। ଯାହାକି ବିଶ୍ୱର ବୟସ୍କ ବ୍ୟକ୍ତି ସମ୍ମୁଖୀନ ହେଉଥିବା ଆହ୍ବାନଗୁଡ଼ିକ ଯେପରିକି ସ୍ବାସ୍ଥ୍ୟସେବା ଅଭାବ, ସାମାଜିକ ବିଚ୍ଛିନ୍ନତା ଏବଂ ଅର୍ଥନୈତିକ ଅସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିଥିଲା। ତେବେ ବୟସ୍କ ବ୍ୟକ୍ତିଙ୍କ ସମ୍ମାନ ରକ୍ଷା ଏବଂ ସେମାନଙ୍କ କଲ୍ୟାଣ ପାଇଁ ସାମାଜିକ ସମର୍ଥନ ନିଶ୍ଚିତ କରିବା ଏହି ଦିନର ଲକ୍ଷ୍ୟ। ଚଳିତ ବର୍ଷ ଏହି ଦିବସ ଲାଗି ବାର୍ତ୍ତା ରହିଛି, ‘ବୟସ୍କଙ୍କୁ ମର୍ଯ୍ୟାଦା: ବିଶ୍ୱବ୍ୟାପୀ ବୟସ୍କ ବ୍ୟକ୍ତିଙ୍କ ପାଇଁ ଯତ୍ନ ଏବଂ ସହାୟତା ପ୍ରଣାଳୀକୁ ଦୃଢ଼ କରିବା ଲାଗି ଗୁରୁତ୍ୱ’। ଯାହା ସାମାଜିକ, ମାନସିକ ଏବଂ ଶାରୀରିକ ସ୍ବାସ୍ଥ୍ୟର ସମାଧାନ ପାଇଁ ଏକ ସମନ୍ବିତ ତଥା ନିରନ୍ତର କାର୍ଯ୍ୟ ପାଇଁ ସାରା ବିଶ୍ୱରେ ସରକାର, ନୀତି ନିର୍ମାତା ଏବଂ ସାମାଜିକ ସେବାକାର୍ଯ୍ୟରେ ସଂଶ୍ଳିଷ୍ଟ ସମସ୍ତ ବ୍ୟକ୍ତିଙ୍କୁ ଉତ୍ସାହିତ କରେ।


Enter your email to get our daily news in your inbox.

All Right Reserved By Dharitri.Com

ପରିବାରରେ ୭୦୦ ସଦସ୍ୟ

କାମ୍ପାଲା : ପୁରାତନ କାଳରେ ପ୍ରାୟ ସମସ୍ତଙ୍କର ପରିବାର ବଡ଼ ଥିଲା ଏବଂ ପରିବାରରେ ସମସ୍ତେ ମିଳିମିଶି ରହୁଥିଲେ। ସେତେବେଳେ ଘରର ବିଭିନ୍ନ କାର୍ଯ୍ୟକୁ ପରିବାର ସମସ୍ତ...

ଏଠାରେ ପ୍ରତିଦିନ ସ୍ବାମୀ ବଦଳାନ୍ତି ମହିଳା, ଗର୍ଭବତୀ ହେଲେ…

ମହାଭାରତରେ ଦ୍ରୋପଦୀ ପାଣ୍ଡବଙ୍କୁ ବିବାହ କରିଥିଲେ। ଭୁଲ ବୁଝାମଣା ହେତୁ ଦ୍ରୋପଦୀଙ୍କୁ ୫ ସ୍ବାମୀ ମିଳିଥିଲେ। କିନ୍ତୁ ଆପଣ ଜାଣନ୍ତି କି ଆଜି ବି ଭାରତରେ...

ନର୍ସଙ୍କ ଚିତ୍ର ଆଙ୍କିଲେ ରୋଗୀ

ନୂଆଦିଲ୍ଲୀ: ପ୍ରାଞ୍ଜଳୀ ଚଭନ ନାମ୍ନୀ ଜଣେ ଡିଜିଟାଲ ଆର୍ଟିଷ୍ଟ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଯୋଗୁ ଏକ ହସ୍ପିଟାଲରେ କିଛି ଦିନ ପାଇଁ ଭର୍ତ୍ତି ହୋଇଥିଲେ। ସେ ଏହି...

୧୨ ବର୍ଷରେ ଥରେ ଫୁଟୁଛି ଦୁର୍ଲଭ ଫୁଲ

ଚେନ୍ନାଇ: ତାମିଲନାଡ଼ୁ କ୍ୟାଡର୍‌ ଆଇଏଏସ୍‌ ତଥା ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ତାଙ୍କ ଏକ୍ସ’ ଆଇଡିରେ କିଛି ଦୁର୍ଲଭ ପ୍ରଜାତିର ଫୁଲ...

ସାରା ବିଶ୍ୱକୁ କେଶ ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରେ ଭାରତ, ମୁଣ୍ଡନ ପାଇଁ ଏହି ମନ୍ଦିର କରେ ସର୍ବାଧିକ ଆୟ

ନୂଆଦିଲ୍ଲୀ,୨୯।୯: କୌଣସି ବ୍ୟକ୍ତିଙ୍କ ମୁଣ୍ଡରେ ଥିବା କେଶ ତାଙ୍କ ବ୍ୟକ୍ତିତ୍ୱକୁ ବୁଝାଇଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସମଗ୍ର ବିଶ୍ୱରେ କେଶ ବଜାରର ଦାମ୍‌...

ଏତେ ଉଚ୍ଚା ଟ୍ରାଇ ସାଇକେଲ!

ଛୋଟବେଳେ ଯେବେ ପିଲାମାନେ ସାଇକେଲ ଚଲାଇବା ଆରମ୍ଭ କରନ୍ତି ତାଙ୍କ ପାଇଁ ପ୍ରଥମେ ଟ୍ରାଇ ସାଇକେଲ ଅଣାଯାଏ। କାରଣ ଏହି ସାଇକେଲ ନିରାପଦ ତଥା ଏହା...

ଏମିତି ଏକ ଗାଁ, ଯେଉଁଠି ଘର ଛାଡି ଆସିଥିବା ପ୍ରେମୀଯୁଗଳଙ୍କୁ ମିଳେ ଆଶ୍ରୟ, ଖାଇବା-ରହିବା ସବୁ ମାଗଣା

ସାରା ଦୁନିଆରେ ପ୍ରେମକୁ ନେଇ ପ୍ରତ୍ୟେକ ଭାଷା ଏବଂ ସାହିତ୍ୟରେ ଅନେକ ଲେଖା ରହିଛି। ଲୈଲା-ମଜନୁ ଏବଂ ରୋମିଓ-ଜୁଲିଏଟ ପରି ଅନେକ ନାମ ରହିଛି, ଯେଉଁମାନେ...

ଟ୍ୟୁଶନରୁ ହୋଇଥିଲା ପ୍ରଥମ ରୋଜଗାର

ଭୁବନେଶ୍ବର ପଟିଆ ଅଞ୍ଚଳରେ ମୁଁ ରୁହେ। ବାପା ଡା. ରାମଚନ୍ଦ୍ର ପଟ୍ଟନାୟକ ଓ ମା’ ବାସନ୍ତୀ ପଟ୍ଟନାୟକଙ୍କର ମୁଁ ହେଲି ଏକମାତ୍ର ପୁଅ ପୁଣି ସବୁଠୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri