ମନ୍‌ସୁନରେ ମାନନ୍ତୁ

ବର୍ଷାଦିନେ ସଂକ୍ରମଣର ଭୟ ଅଧିକ ରହିଥାଏ। ତେଣୁ ଖାଇବାପିଇବା ସହିତ ପୋଷାକପତ୍ର ଆଦି ସବୁଥିରେ ସତର୍କ ରହିବାକୁ ହେବ।
ସବୁବେଳେ ପାଣିକୁ ସିଝାଇ ପିଅନ୍ତୁ। ପ୍ରତିଦିନ ସକାଳୁ ଉଷୁମ ପାଣିରେ ଲେମ୍ବୁ ମିଶାଇ ପିଅନ୍ତୁ। ଫଳରେ ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରି ଯିବ।
ସାଧାରଣତଃ ଲୁଣ କମ୍‌ ଖାଆନ୍ତୁ। ଅଧିକ ଲୁଣ ଖାଇଲେ ଶରୀରରେ ସୋଡିୟମ୍‌ର ମାତ୍ରା ବଢ଼ିଯାଏ ଓ ଉଚ୍ଚ ରକ୍ତଚାପ ସମସ୍ୟା ସୃଷ୍ଟି ହୁଏ। ହାଇପରଟେନ୍‌ସନ୍‌ ଓ ହାର୍ଟ ସମସ୍ୟା ତଥା ଡାଇବେଟିସ୍‌ ସମସ୍ୟା ଥିବା ଲୋକେ କମ୍‌ ଲୁଣ ଖାଇବା ଉଚିତ।
ସମୟରେ କେବଳ ଋତୁକାଳୀନ ଫଳ ଖାଆନ୍ତୁ। ଏସବୁ ଫଳରୁ ମିଳୁଥିବା ନ୍ୟୁଟ୍ରିସନ୍‌ ଇନଫେକସନ୍‌, ଆଲର୍ଜିରୁ ରକ୍ଷା କରିଥାଏ।
ସାଧାରଣତଃ ହଜମ ଶକ୍ତି କମ୍‌ ହୋଇଥାଏ। ତେଣୁ ଏହି ଋତୁରେ ତେଲ ଛଣା ଜିନିଷ କମ୍‌ ଖାଆନ୍ତୁ।
ଦିନେ ଇମ୍ୟୁନିଟି ବଢାଉଥିବା ଖାଦ୍ୟ ଖାଆନ୍ତୁ। ଡ୍ରାଏ ଫ୍ରୁଟ୍‌ସ, ଭେଜିଟେବଲ ସୁପ୍‌ ଭଳି ବିଭିନ୍ନ ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ଖାଆନ୍ତୁ।