Posted inଜାତୀୟ

‘ସନାତନ ଧର୍ମକୁ ସମ୍ମାନ ଦିଏ’: ଉଦୟନିଧିଙ୍କ ମନ୍ତବ୍ୟ ଉପରେ ମମତାଙ୍କ ଟିପ୍ପଣି

ନୂଆଦିଲ୍ଲୀ,୫ା୯: ସନାତନ ଧର୍ମ ଉପରେ ଡିଏମ୍‌କେ ନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ବିବାଦୀୟ ମନ୍ତବ୍ୟକୁ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନାପସନ୍ଦ କରିଛନ୍ତି। ସେ ତାମିଲନାଡୁ ଓ ଦକ୍ଷିଣ ଭାରତର ଜନସାଧାରଣଙ୍କୁ ସମ୍ମାନ ଦିଅନ୍ତି। ପ୍ରତ୍ୟେକ ଧର୍ମର ଅଲଗା ଭାବାବେଗ ରହିଥିବାରୁ ସେମାନେ ସମସ୍ତଙ୍କୁ ସମ୍ମାନ ଦେବା ଆବଶ୍ୟକ। ବିବିଧତା ମଧ୍ୟରେ ଏକତା ଏବଂ ଭାରତର ଧର୍ମନିରପେକ୍ଷତା କଥା ଉଲ୍ଲେଖ କରି ମମତା କହିଛନ୍ତି, ସେ ସନାତନ ଧର୍ମକୁ ସମ୍ମାନ ଦିଅନ୍ତି ଓ ବେଦରୁ ଜ୍ଞାନ ଆହରଣ କରିଛନ୍ତି। ତାଙ୍କ ସରକାର ରାଜ୍ୟର ପୁରୋହିତମାନଙ୍କୁ ପେନ୍‌ସନ ଦେଉଛନ୍ତି।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧିଙ୍କ ‘ସନାତନ ଧର୍ମ’ ସମ୍ପର୍କିତ ମନ୍ତବ୍ୟକୁ ତୃଣମୂଳ କଂଗ୍ରେସ (ଟିଏମ୍‌ସସି) ସୋମବାର ନିନ୍ଦା କରିଛି। ଏଭଳି ମନ୍ତବ୍ୟ ସହ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର କୌଣସି ସମ୍ପର୍କ ନାହିଁ ବୋଲି ମମତା ବାନାର୍ଜୀଙ୍କ ଦଳ କହିଛି। ସଦ୍ଭାବ ଆମ ସଂସ୍କୃତି। ସବୁ ଧର୍ମ ପ୍ରତି ଆମର ସମ୍ମାନ ରହିଛି। କେହି କୌଣସି ଧର୍ମକୁ ଅପମାନିତ କରି ମନ୍ତବ୍ୟ ଦେଲେ ଆମେ ତାହାର ନିନ୍ଦା କରିବା ଆବଶ୍ୟକ ବୋଲି ଟିଏମ୍‌ସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି।
ସୂଚନାଯୋଗ୍ୟ, ତାମିଲନାଡୁର କ୍ରୀଡ଼ା ଓ ଯୁବକଲ୍ୟାଣ ମନ୍ତ୍ରୀ ଉଦୟନିଧି ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସମାନତା ଓ ସାମାଜିକ ନ୍ୟାୟର ବିରୋଧୀ ସନାତନ ଧର୍ମର ବିଲୋପ ହେବା ଆବଶ୍ୟକ ବୋଲି କହିଥିଲେ। ସେ ସନାତନ ଧର୍ମକୁ କରୋନା ଭୂତାଣୁ, ମ୍ୟାଲେରିଆ ଓ ଡେଙ୍ଗୁ ଜ୍ୱର ସହ ତୁଳନା କରି ଏହାକୁ ନଷ୍ଟ କରିଦିଆଯିବା ଉଚିତ ବୋଲି କହିଥିଲେ। ତାଙ୍କର ଏଭଳି ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଡିଏମ୍‌କେ ନେତା କ୍ଷମା ମାଗନ୍ତୁ ବୋଲି ଭାଜପା ଦାବି କରିଛି। ଏହି ପ୍ରସଙ୍ଗରେ ଭାଜପା ବିରୋଧୀ ମେଣ୍ଟ ଇଣ୍ଡିଆ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛି। ଅନ୍ୟପକ୍ଷରେ ଉଦୟନିଧିଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସରେ ମତଭେଦ ଦେଖାଯାଇଛି। ବରିଷ୍ଠ କଂଗ୍ରେସ ନେତା କେ.ସି. ବେଣୁଗୋପାଳ କହିଛନ୍ତି, ସବୁ ଧର୍ମକୁ ସମ୍ମାନ ଦିଆଯିବା ଆବଶ୍ୟକ। କଂଗ୍ରେସ ସମସ୍ତଙ୍କ ଧର୍ମୀୟ ବିଶ୍ୱାସକୁ ସମ୍ମାନ କରେ। ସର୍ବଧର୍ମ ସମଭାବ କଂଗ୍ରେସର ଆଦର୍ଶ ବୋଲି ବେଣୁଗୋପାଳ କହିଛନ୍ତି। ବରିଷ୍ଠ କଂଗ୍ରେସ ନେତା କମଳନାଥ କହିଛନ୍ତି, ଏହା ଉଦୟନିଧିଙ୍କ ବ୍ୟକ୍ତିଗତ ମତ। ତାଙ୍କ ସହ କମଳନାଥ ଏକମତ ନ ଥିବା କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ପୁଅ ତଥା କର୍ନାଟକ ମନ୍ତ୍ରୀ ପ୍ରିୟଙ୍କ ଖାର୍ଗେ କହିଛନ୍ତି, ସମାନ ଅଧିକାର ଦେଉ ନ ଥିବା ଯେକୌଣସି ଧର୍ମ ରୋଗଠାରୁ ଭଲ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟରେ ଯୋଗଦେଲେ ଜୁନିୟର ଡାକ୍ତର: ଓପିଡି କରିବେ ନାହିଁ, ୭ ଦିନ ପୁଣି ଅପେକ୍ଷା…

କୋଲକାତା,୨୧ା୯: କୋଲକାତାର ଆର୍‌.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ୪୨ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନରେ...

ଆମେରିକାରେ ପହଞ୍ଚିଲେ ମୋଦି, ଦେଖାଇଲେ ଭାରତୀୟ ସଂସ୍କୃତି, ହାତଯୋଡି କଲେ ନମସ୍କାର…

ଓ୍ବାଶିଂଟଡ଼୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ତିନି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ଆମେରିକାରେ ପିଏମ ମୋଦି କ୍ୱାଡ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ।...

ରାହୁଲଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ : ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ…

ଜମ୍ମୁ,୨୧ା୯: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଭାଜପା ଏବଂ ଆର୍‌ଏସ୍‌ଏସ୍‌ର ନେତାମାନେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି। ତାଙ୍କୁ ଧମକ ଦିଆଯାଉଛି।...

ଆମେରିକାରେ ଭାରତୀୟ ଦୂତାବାସରେ ଜଣେ ଅଧିକାରୀଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ...

ଦିଲ୍ଲୀ ସରକାରର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବାଣ୍ଟିଲେ ଆତିଶୀ, ନିଜ ପାଖରେ ରଖିଲେ ଶିକ୍ଷା-ଅର୍ଥ ସମେତ ୧୩ ବିଭାଗ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀ ସରକାର ରେ ଆଜି ନୂଆ ସରକାର ଶପଥ ଗ୍ରହଣ କରିଛନ୍ତି। ଦେଶର ସର୍ବକନିଷ୍ଠ ତଥା ଦିଲ୍ଲୀର ୩ୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ...

ମିଛ ପ୍ରଚାର କରୁଛି ଭାଜପା, ସତକୁ ସହି ପାରୁନାହିଁ, ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ,୨୧।୯: ଲୋକ ସଭାରେ ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଶିଖମାନଙ୍କ ଉପରେ ଦେଇଥିବା ବିବୃତ୍ତି...

ମୋଦି-ଶାହାଙ୍କ ସହ ଭଲ ନ ଥିଲା ଗଡକରୀଙ୍କ ସମ୍ପର୍କ! ଦେଖା ହେବା ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରାଉଥିଲେ…କହିଦେଲେ ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ଖୋଲାଖେଶଲି କହିଛନ୍ତି କି, ଯେତେବେଳେ ସେ...

ଆତିଶୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବ ଭାଜପା, କାହିଁକି ଏମିତି କହିଲେ ଭାଜପା ଏମପି

ନୂଆଦିଲ୍ଲୀ,୨୧।୯: ଭାଜପା ଏମପି ମନୋଜ ତିୱାରୀ ଆତିଶୀଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସେ ରାଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri