ଶ୍ରୀନଗର,୧।୯: ଜମ୍ମୁ-କଶ୍ମୀର ୬୦ ଯୁବକ ନିଖୋଜ ହୋଇଥିବା ନେଇ କିଛି ଖବର ପ୍ରକାଶ ପାଇବା ପରେ କଶ୍ମୀର ଜୋନ୍ ପୋଲିସ ପକ୍ଷରୁ ଏନେଇ ବିବୃତ୍ତି ଜାରି କରାଯାଇଛି। ଏହା ଗୁଜବ ବୋଲି ଆଇଜି କହିଛନ୍ତି। ଏନେଇ କଶ୍ମୀର ଜୋନ୍ ପୋଲିସ ପକ୍ଷରୁ ନିଜର ଟୁଇଟର ହ୍ୟାଣ୍ଡେଲରେ ବୁଧବାର କୁହାଯାଇଛି ଯେ, ଏହା ସମ୍ପୂର୍ଣ୍ଣ ମିଥ୍ୟା ଖବର।
ଜମ୍ମୁ-କଶ୍ମୀରରେ ଏଭଳି କିଛି ଘଟି ନାହିଁ। ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀ ସଂଗଠନ କ୍ଷମତା ଦଖଲ କରିବା ପରେ ଏହାର ପ୍ରଭାବ ଜମ୍ମୁ-କଶ୍ମୀରରେ ଅନୁଭୁତ ହେବାରେ ଲାଗିଥିବା ଖବରରେ ସତ୍ୟତା ନାହିଁ।