ତାଇଓ୍ବାନ ସମରାଭ୍ୟାସର ଜବାବ: ୩୭ ଫାଇଟର ଜେଟ୍‌-ଯୁଦ୍ଧପୋତ ପଠାଇଲା ଚାଇନା…

ବେଜିଂ/ତାଇପେ,୨୨।୭ : ତାଇଓ୍ବାନ ସେନାର ସମରାଭ୍ୟାସ ଏବଂ ପ୍ରସ୍ତୁତିର ଜବାବ ଦେଇଛି ଚାଇନା ନିଜର ଶକ୍ତି ପ୍ରଦର୍ଶନ କରି ଚାଇନା ୩୭ ଫାଇଟର ଜେଟ୍‌ ଏବଂ ଯୁଦ୍ଧପୋତ ତାଇୱାନ ଆଡକୁ ପଠାଇଛି। ତାଇଓ୍ବାନ ସ୍ବୟଂଶାସିତ ଅଞ୍ଚଳର ପ୍ରତିରକ୍ଷା ମନ୍ତ୍ରଣାଳୟ ଶନିବାର ଏହି ସୂଚନା ଦେଇଛି।

ଚାଇନା ଏହି ପଦକ୍ଷେପ ନେଇଛି ଯେଉଁ ସମୟରେ ତାଇୱାନ ସାମରିକ ଅଭ୍ୟାସ ପାଇଁ ପ୍ରସ୍ତୁତ ହେଉଛି। ଯେତେବେଳେ ସମୟ ଆସିବ ଚାଇନାର ଆକ୍ରମଣର ମୁକାବିଲା ପାଇଁ ତାଇଓ୍ବାନ ସେନା ପକ୍ଷରୁ ଏଭଳି ପ୍ରସ୍ତୁତି କରାଯାଉଛି। ଆସନ୍ତା ସପ୍ତାହରେ ବାର୍ଷିକ ହାନ କୁଆଙ୍ଗ ସମରାଭ୍ୟାସ କରିବାକୁ ତାଇୱାନ ପ୍ରସ୍ତୁତ ହେଉଛି। ତାଇୱାନକୁ ଭୟଭୀତ କରିବାକୁ ଚାଇନା କ୍ରମାଗତ ଚେଷ୍ଟା କରୁଛି।
୨୨ ଟି ଚାଇନା ଯୁଦ୍ଧ ବିମାନ ତାଇୱାନ ଷ୍ଟ୍ରାଇଟର କେନ୍ଦ୍ର ରେଖା ଅତିକ୍ରମ କରିଥିବା କୁହାଯାଉଛି।

Share