Advertisement

ଡାକ କର୍ମଚାରୀଙ୍କୁ ଗୁରୁ ଦାୟିତ୍ୱ: ପହଞ୍ଚାଇବେ କରୋନା ଟିକା,ନେଟ୍‌ଓ୍ବାର୍କ ମ୍ୟାପିଂ ଆରମ୍ଭ

ନୂଆଦିଲ୍ଲୀ,୨୪।୧୧: ଦେଶର ବିଭିନ୍ନ ଅଞ୍ଚଳରେ କରୋନା ଟିକା ପହଞ୍ଚାଇବା ପାଇଁ ନେଟ୍‌ଓ୍ବାର୍କ ମ୍ୟାପିଂ ଆରମ୍ଭ ହୋଇଛି। ଡାକ କର୍ମଚାରୀଙ୍କୁ ଏଥିପାଇଁ ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସରକାରଙ୍କ ନିର୍ଦ୍ଦେଶ ମିଳିବା ପରେ ଡାକ ବିଭାଗ କାର୍ଯ୍ୟରେ ଲାଗିଯିବ ବୋଲି କୁହାଯାଉଛି। ଏନେଇ ଡାକ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଟିକାକୁ କିଭଳି ସଂରକ୍ଷଣ କରାଯିବ ଏନେଇ କୋଲ୍ଡଚେନ୍‌ ସହିତ ଆଲୋଚନା ଜାରି ରହିଛି। ଟିକାର ପରିବହନ ଏବଂ ବିତରଣ ପ୍ରଣାଳୀକୁ ଚିନ୍ତାମୁକ୍ତ ଏବଂ ସହଜ କରିବା ଲାଗି ଡାକ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ପୂର୍ବରୁ ଟିବି ନମୁନା ଲ୍ୟାବ୍‌ରେ ପହଞ୍ଚାଇବା କାର୍ଯ୍ୟ ଡାକ ବିଭାଗ ସଫଳତାର ସହିତ ସମ୍ପନ୍ନ କରିଛି। ସେହିପରି ଜାତୀୟ ଏଡସ୍‌ ନିୟନ୍ତ୍ରଣ କ୍ଷେତ୍ରରେ ଡାକ ବିଭାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ସାରିଛି। ସେହିପରି ଲକ୍‌ଡାଉନ୍‌ ସମୟରେ ପିପିଇ କିଟ୍‌ ପରିବହନ ଏବଂ ବିତରଣ କାର୍ଯ୍ୟ ଡାକ ବିଭାଗ ପକ୍ଷରୁ ସଫଳତାର ସହିତ କରାଯାଇଛି। ଏବେ କରୋନା ଟିକା ଉପଯୁକ୍ତ ସ୍ଥାନରେ ପହଞ୍ଚାଇବା କାର୍ଯ୍ୟ ଡାକ ବିଭାଗ ସହଜରେ କରିପାରିବ ବୋଲି କୁହାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share