ଶ୍ରୀନଗର, ୫।୮: ଏବେ ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ମଧ୍ୟରେ ଥିବା ନିୟନ୍ତ୍ରଣ ରେଖା(ଏଲ୍ଓସି)ର ସୁରକ୍ଷା ଦାୟିତ୍ୱ ମହିଳା ଅଫିସରଙ୍କ ହାତରେ ରହିଛି। ଏଠାରେ ଆସାମ ରାଇଫଲ୍ସ୍ର ମହିଳା ଅଫିସରଙ୍କୁ ପ୍ରଥମ ଥର ପାଇଁ ମୁତୟନ କରାଯାଇଛି। ହାତରେ ରାଇଫଲ୍ ଧରି ମହିଳା ଅଫିସରମାନେ ନିୟନ୍ତ୍ରଣ ରେଖା ଉପରେ ସତର୍କ ଦୃଷ୍ଟି ରଖିଛନ୍ତି। ପୁରୁଷ ଅଫିସରଙ୍କ ସହିତ ମହିଳା ଅଫିସରମାନେ ଶତ୍ରୁପକ୍ଷର ଫରଓ୍ବାର୍ଡ ପୋଷ୍ଟ ଉପରେ ଦୃଷ୍ଟି ରଖିଛନ୍ତି। ସମୁଦ୍ର ପତ୍ତନଠାରୁ ୧୦ ହଜାର ଫୁଟ ଉଚ୍ଚରେ ସାଧନା ଗିରିପଥରେ ମହିଳା ଅଫିସରଙ୍କୁ ମୁତୟନ କରାଯାଇଛି। ଏହି ଅଞ୍ଚଳର ପାକିସ୍ତାନ ଅଧିକୃତ କଶ୍ମୀର ନିକଟରେ ରହିଛି। ଏହି ଅଞ୍ଚଳରେ ଥିବା ତଙ୍ଗଧାର ଏବଂ ତିଥଓ୍ବାଲ ମଧ୍ୟରେ ୪୦ରୁ ଅଧିକ ଗାଁ ରହିଛି। ବହୁ ସମୟରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇ ଏସବୁ ଅଞ୍ଚଳରେ ମୋର୍ଟାର ଶେଲିଂ ମାଡ଼ କରାଯାଇଥାଏ।