ଅବସାଦ ପାଇଁ ଦାୟୀ ଅସନ୍ତୁଳିତ ଜୀବନଶୈଳୀ

ଆଜିକାଲିର ବ୍ୟସ୍ତମୟ ଜୀବନରେ ଆମେ ନିଜର ଜୀବନଶୈଳୀ ପ୍ରତି ସତର୍କ ହେବା ନିହାତି ଜରୁରୀ। ଖାଦ୍ୟପେୟ ପ୍ରତି ଯତ୍ନବାନ ହେବା ସହ ନିଜେ କିପରି ସୁସ୍ଥ ରହିବା ସେ ନେଇ ସ୍ବତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ। କେତେକ ବ୍ୟକ୍ତି ନିଜର ଜୀବନଶୈଳୀକୁ ଆବଶ୍ୟକ ମୁତାବକ ଗୁରୁତ୍ୱ ଦେଇ ନ ଥାନ୍ତି। ଫଳତଃ ସେମାନେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ନିକଟରେ ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ, ଅଧିକାଂଶ ସମୟ ଅବସାଦଗ୍ରସ୍ତ ରହିବା ପଛରେ ଅସନ୍ତୁଳିତ ଜୀବନଶୈଳୀର ଭୂମିକା ରହିଛି। ଏପରି ସିଦ୍ଧାନ୍ତରେ ପହଞ୍ଚତ୍ବା ପୂର୍ବରୁ ସେମାନେ ଅଧିକାଂଶ ସମୟ ଅବସାଦଗ୍ରସ୍ତ ରହୁଥିବା କେତେକ ବ୍ୟକ୍ତିଙ୍କର ଜୀବନଶୈଳୀକୁ ପରୀକ୍ଷା କରି ଏପରି ତଥ୍ୟ ପ୍ରକାଶ କରିଛନ୍ତି। ତେବେ ଏପରି ସମସ୍ୟାଠାରୁ ନିଜକୁ ଦୂରେଇ ରଖିବା ପାଇଁ ନିଜ ଜୀବନଶୈଳୀ ପ୍ରତି ଦୃଷ୍ଟି ଦେବାକୁ ସେମାନେ ପରାମର୍ଶ ଦେଇଛନ୍ତି।