୨୬ ବରିଷ୍ଠ ଓଏଏସ ଅଫିସରଙ୍କ ବଦଳି କଲେ ମୁଖ୍ୟମନ୍ତ୍ରୀ , ନବୀନଙ୍କ ଖାସ୍‌ ଅଫିସରଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭୁବନେଶ୍ୱର,୫।୮: ରାଜ୍ୟର ମୋହନ ମାଝିଙ୍କ ସରକାର ଆଜି ବରିଷ୍ଠ ଓଏଏସ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ପୂର୍ବ ସରକାର ନବୀନ ପଟ୍ଟନାୟକଙ୍କ ଖାସ ଥିବା କିଛି ଓଏଏସ ଅଫିସରଙ୍କୁ ମଧ୍ୟ ଆଜିର ବଦଳିରେ ନୂଆ ଦାୟିତ୍ୱ ମିଳିଛି । ନବୀନ ପଟ୍ଟନାୟକ ସରକାରରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ବରିଷ୍ଠ ଓଏଏସ ଲାଲା ମନୋଜ କୁମାର ରାୟ, ଶୁଭ୍ରାଂଶୁ ମିଶ୍ର, ମନୋଜ କୁମାର ସ୍ବାଇଁ ଓ ରବୀନ୍ଦ୍ର କୁମାର ସେଠୀଙ୍କ ସମେତ ପୂର୍ବ ସରକାରର ବିଭିନ୍ନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ମଧ୍ୟ ଆଜି ନୂଆ ନିଯୁକ୍ତି ମିଳିଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ମୋଟ ୨୬ଜଣ ବରିଷ୍ଠ ଓଏଏସ ଅଫିସରଙ୍କ ବଦଳି ହୋଇଛି ।

ପ୍ରତାପ ମିଶ୍ର ହେଲେ ପବ୍ଲିକ ଏଣ୍ଟରପ୍ରାଇଜେସ ବିଭାଗ ସ୍ବତନ୍ତ୍ର ସଚିବ । ଲାଲା ମନୋଜ ରାୟଙ୍କୁ ଗୋପବନ୍ଧୁ ଏକାଡେମୀ ଅଫ ଆଡମିନଷ୍ଟ୍ରେସନର ଡେପୁଟି ଡିଜି (ପ୍ରଶାସନ) ଭାବେ ନିଯୁକ୍ତି ମିଳିଛି । ପ୍ରଶାନ୍ତ କିଶୋର ମହାପାତ୍ରଙ୍କୁ ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ସେହିପରି ପ୍ରତାପ ଚନ୍ଦ୍ର ହୋତାଙ୍କୁ ସଂସଦୀୟ ବ୍ୟାପାର ବିଭାଗର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଏସ. କେ ଜମିରୁଦ୍ଦିନ ହେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ । ରବୀନ୍ଦ୍ର ସେଠୀ ଓ ବନ ନିଗମର ମହାପ୍ରବନ୍ଧକ ଭାବେ ନିଯୁକ୍ତ ହୋଇଛନ୍ତି । ଦୀନକୃଷ୍ଣ କର ହେଲେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଯୁଗ୍ମ ସଚିବ ।


Enter your email to get our daily news in your inbox.

All Right Reserved By Dharitri.Com

ପାସ ମାର୍କ ପାଇଁ ଟଙ୍କା ଦେବାକୁ ଆସୁଛି ଫୋନ କଲ

ଗଞ୍ଜାମ,୨୨ା୪(ବିଦ୍ୟାଧର ସାହୁ)-ଗଞ୍ଜାମ ମହାବିଦ୍ୟାଳୟ ବିଜ୍ଞାନ ଛାତ୍ରୀଛାତ୍ରମାନଙ୍କ ଅଭିଭାବକମାନଙ୍କୁ ଗତ ଦୁଇଦିନ ହେଲା ଏକ ଫୋନ କଲ ଆସୁଛି। ତୁମ ପିଲାର କେମେଷ୍ଟ୍ରି ପେପର ଖରାପ ହୋଇଛି।...

ବିଶ୍ବ ଧରିତ୍ରୀ ଦିବସ ପାଳିତ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଶିଳ୍ପ ତାଲିମ କେନ୍ଦ୍ର ରେ ମଙ୍ଗଳବାର ବିଶ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି। ଏଥିରେ ପରିବେଶବିତ୍ ଶୁଳପାଣି ଶତପଥି...

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ ଦାବି

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ବିଶ୍ବହିନ୍ଦୁ ପରିଷଦ ଓଡ଼ିଶା ପ୍ରଦେଶର ଆହ୍ବାନକ୍ରମେ ବିଶ୍ବହିନ୍ଦୁ ପରିଷଦ ଭଞ୍ଜନଗର ଶାଖା ପକ୍ଷରୁ ମଙ୍ଗଳବାର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଭଞ୍ଜନଗର ଉପଜିଲାପାଳ...

ପହଲଗାମ୍‌ରେ ଆତଙ୍କୀ ହମ୍‌ଲା: ଓଡ଼ିଆ ଯୁବକ ମୃତ

ନୂଆଦିଲ୍ଲୀ,୨୨।୪: ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲାର ପହଲଗାମ୍‌ରେ ମଙ୍ଗଳବାର ଆତଙ୍କବାଦୀଙ୍କ ଆକ୍ରମଣରେ ଓଡ଼ିଶାର ପ୍ରଶାନ୍ତ ଶତପଥୀ ନାମକ ଯୁବକ ମୃତ୍ୟୁ ବରଣ କରିଛନ୍ତି। ସେ ପତ୍ନୀ ପ୍ରିୟଦର୍ଶିନୀଙ୍କ...

ହାତ ଗୋଡ଼ ବନ୍ଧା ଅବସ୍ଥାରେ ପୋଖରୀରୁ ମିଳିଲା ବୃଦ୍ଧାଙ୍କ ମୃତଦେହ, ହତ୍ୟା ସନ୍ଦେହ

ନୂଆପଡ଼ା/କୋମନା,୨୨ା୪ (ମକାରୁ ବେମାଲ/ସୋବିନ ଛତ୍ରିଆ): ନୂଆପଡ଼ା ଜିଲା କୋମନା ଥାନା ଟିକ୍ରାପଡ଼ା ଗାଁ ବଡ଼ବନ୍ଧ ପୋଖରୀରୁ ମଙ୍ଗଳବାର ପୋଲିସ ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ ଜବତ...

ଛାଉଣୀ ନଥିବାରୁ ପ୍ରତିବାଦ: ପେଟ୍ରୋଲ ପମ୍ପକୁ ବନ୍ଦ କଲା ନାଗରିକ ମଞ୍ଚ

ବରଗଡ଼, ୨୨।୪(ପ୍ରେମାନନ୍ଦ ଖମାରୀ) : ବରଗଡ଼ ଜିଲାରେ ତାତି ବଢି ଚାଲିଛି। ଏଥିରେ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି। କିନ୍ତୁ ଏଭଳି ସ୍ଥିତିରେ ବରଗଡ଼ ସହରର...

ଅଷ୍ଟ୍ରେଲିଆର ଏହି ପୂର୍ବତନ ଟେଷ୍ଟ କ୍ରିକେଟରଙ୍କୁ ୪ ବର୍ଷ କାରାଦଣ୍ଡ

ମେଲବୋର୍ନ,୨୨ା୪: ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ କ୍ରିକେଟର ମାଇକେଲ ସ୍ଲାଟରଙ୍କୁ ୪ ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। କିନ୍ତୁ ପୋଲିସ ହେପାଜତରେ ଏକ ବର୍ଷରୁ ଊର୍ଦ୍ଧ୍ୱ...

ବିଷ୍ଣୁମୁଣ୍ଡା ମନୋଜ ନାଏକଙ୍କ ହତ୍ୟା ମାମଲା: ଭୁବନେଶ୍ବରରୁ ଅଭିଯୁକ୍ତ ଗିରଫ

ବଲାଙ୍ଗୀର,୨୨।୪: ବଲାଙ୍ଗୀର ସହର ବିଷ୍ଣୁମୁଣ୍ଡା ମନୋଜ ନାଏକ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଭୁବନେଶ୍ବରରୁ ପୋଲିସ ଗିରଫ କରିଛି। ମଙ୍ଗଳବାର ବଲାଙ୍ଗୀର ଟାଉନ ଥାନା ଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image