Categories: ଫୁରସତ

ଏମିତି ରେଷ୍ଟୁରାଣ୍ଟ, ଯେଉଁଠି ଇସାରା ଦେଲେ ପହଞ୍ଚିଥାଏ ଖାଦ୍ୟ

ବିଶ୍ୱରେ କିଛି ଅଜବ ରେଷ୍ଟୁରାଣ୍ଟ ଅଛି, ଯାହା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। କେଉଁଠି ଜେଲ୍‌ ପରି ତିଆରି ହୋଇଛି ରେଷ୍ଟୁରାଣ୍ଟ ତ ଆଉ କେଉଁଠି ଗଛ ଉପରେ ତ କେଉଁଠି ପାଣି ଭିତରେ। ମାତ୍ର ଆଉ ଏକ ଅଜବ ରେଷ୍ଟୁରାଣ୍ଟ ଅଛି, ଯାହା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ସାଧାରଣତଃ ରେଷ୍ଟୁରାଣ୍ଟ ଗଲେ ମନପସନ୍ଦର ଖାଦ୍ୟ ଅର୍ଡର ଦେବାକୁ ପଡ଼ିଥାଏ। ମାତ୍ର ଏମିତି ଏକ ରେଷ୍ଟୁରାଣ୍ଟ, ଯେଉଁଠି କେବଳ ଇସାରାରେ ଖାଇବା ଅର୍ଡର ଦିଆଯାଇଥାଏ।


ଏମିତି ଏକ ରେଷ୍ଟୁରାଣ୍ଟ ରହିଛି ଚାଇନାର ଗଙ୍ଗ୍‌ଝୁରେ। ଏହାର ନାମ ସାଇଲେଣ୍ଟ କାଫେ। ଏଠାରେ ଗ୍ରାହକମାନଙ୍କୁ ମୁହଁ ଖୋଲି ଖାଦ୍ୟ ଅର୍ଡର ଦେବାକୁ ପଡ଼େ ନାହିଁ। ଏଠାରେ ଇସାରା ମାତ୍ରକେ ପହଞ୍ଚିଥାଏ ଖାଦ୍ୟ। ଏଠାରେ ଆଉ ଏକ ସୁବିଧା ରହିଛି ଯଦି ଗ୍ରାହକଙ୍କ କଥା କୌଣସି କର୍ମଚାରୀ ବୁଜି ନ ପାରିଲେ ତେବେ ତାଙ୍କୁ ନୋଟ୍‌ ପ୍ୟାଡ୍‌ରେ ଲେଖିକି ଦେବାକୁ ପଡ଼ିଥାଏ। ଏହି ରେଷ୍ଟୁରାଣ୍ଟରେ ଗ୍ରାହକ ଏବଂ କର୍ମଚାରୀଙ୍କ ମଧ୍ୟରେ ଡିଜିଟାଲ ସଂଚାର ବ୍ୟବସ୍ଥା କରାଯାଇଛି।

Share