
ନୂଆଦିଲ୍ଲୀ,୨୮ା୩(ପି.ଟି.):ଖାଦ୍ୟ ବିଲ୍ ଉପରେ ସେବା ଦେୟ ପୈଠ କରିବା ସ୍ବେଚ୍ଛାକୃତ। ଗ୍ରାହକଙ୍କ ଉପରେ ରେଷ୍ଟୁରାଣ୍ଟ ଏହି ଦେୟ ଜବରଦସ୍ତ ଲାଗୁ କରିପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର କହିଛନ୍ତି। ହୋଟେଲ ଏବଂ ରେଷ୍ଟୁରାଷ୍ଟଗୁଡ଼ିକୁ ଖାଦ୍ୟ ବିଲ୍ ଉପରେ ବାଧ୍ୟତାମୂଳକ ସେବା ଦେୟ ଲାଗୁ ନ କରିବା ପାଇଁ କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ (ସିସିପିଏ) ମାର୍ଗଦର୍ଶିକା ଆଣିଥିବାବେଳେ ଏହାକୁ ଚ୍ୟାଲେଞ୍ଜ କରି ରେଷ୍ଟୁରାଣ୍ଟ ସଂଗଠନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ୍ ପ୍ରତିଭା ଏମ୍. ସିଂ ରାୟ ଉକ୍ତ ପିଟିଶନକୁ ଖାରଜ କରିଦେଇଛନ୍ତି। ଖାଦ୍ୟ ବିଲ୍ ଉପରେ ବାଧ୍ୟତାମୂଳକ ସେବା ଦେୟ ଆଦାୟ ଖାଉଟି ଅଧିକାରର ଉଲ୍ଲଂଘନ। ଏହା ଆଇନ ବିରେଧୀ। ତେବେ ଗ୍ରାହକ ସ୍ବେଚ୍ଛାକୃତ ଭାବେ ଯଦି ସେବା ଦେୟ ଦେବାକୁ ଚାହାନ୍ତି, ତେବେ କିଛି ପ୍ରତିବନ୍ଧକ ନାହିଁ ବୋଲି ଅଦାଲତ କହିଛନ୍ତି।