ନୂଆଦିଲ୍ଲୀ,୧୩।୩: ଦେଶର ସର୍ବବୃହତ୍ ପ୍ରାଇଭେଟ୍ ବ୍ୟାଙ୍କ୍ ଏଚ୍ଡିଏଫ୍ସିକୁ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(ଆର୍ବିଆଇ) ପକ୍ଷରୁ ଆଶ୍ୱାସନା ମିଳିଛି। ଶନିବାର ଆର୍ବିଆଇ ପକ୍ଷରୁ ଏଚ୍ଡିଏଫ୍ସି ବ୍ୟାଙ୍କ ଉପରେ ଲାଗିଥିବା ବିଭିନ୍ନ କଟକଣାକୁ ହଟାଇଦେବାକୁ ନିଷ୍ପତ୍ତି ନେଇଛି। ଶୁକ୍ରବାର ଆର୍ବିଆଇ ପକ୍ଷରୁ ଏଚ୍ଡିଏଫ୍ସିର ଡିଜିଟାଲ ୨.୦ କାର୍ଯ୍ୟକ୍ରମ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ହଟାଇ ଦିଆଯାଇଥିବା ବେଳେ ଶନିବାର ଷ୍ଟକ୍ ଏକ୍ସଚେଞ୍ଜ୍କୁ ଅଧିସୂଚିତ କରାଯାଇଛି। ଏହା ପୂର୍ବରୁ ଏଚ୍ଡିଏଫ୍ସିର ନୂଆ କ୍ରେଡିଟ୍ କାର୍ଡ ଇସ୍ୟୁ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ପରବର୍ତ୍ତୀ ସମୟରେ ୨୦୨୧ ଅଗଷ୍ଟରେ କଟକଣାକୁ କୋହଳ କରାଯିବା ପରେ ପୁଣି ବ୍ୟାଙ୍କ୍ କ୍ରେଡିଟ୍ କାର୍ଡ ସେବା ଆରମ୍ଭ କରିଥିଲା।