Categories: ଜାତୀୟ

ଚାଇନାରୁ ରଙ୍ଗୀନ ଟିଭି ଆମଦାନୀ ଉପରେ କଟକଣା

ନୂଆଦିଲ୍ଲୀ,୧।୮: ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଜୁନ୍‌ ୧୫ରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ବେଜିଂ ବିରୋଧରେ ନୂଆଦିଲ୍ଲୀ ଅନେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୂର୍ବରୁ ଭାରତ ସରକାର ଚାଇନାର କେତେକ ମୋବାଇଲ ଆପ୍‌କୁ ରଦ୍ଦ କରିବା ସହ ସେଠାକାର କମ୍ପାନୀଗୁଡ଼ିକୁ ସରକାରୀ କାର୍ଯ୍ୟର ଟେଣ୍ଡର ପ୍ରକ୍ରିୟାରୁ ବାଦ୍‌ ଦେଇଥିଲେ। ଏବେ ଘରୋଇ କମ୍ପାନୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଚାଇନାରୁ ରଙ୍ଗୀନ ଟିଭି ଆମଦାନୀ ଉପରେ ସରକାର କଟକଣା ଲଗାଇଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନରେ ଥିବା ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫ୍‌ଟି) ରଙ୍ଗୀନ ଟିଭି ଆମଦାନୀ ନୀତିରେ ସଂଶୋଧନ କରିଛି। ଜାରି ହୋଇଥିବା ନୋଟିସ ଅନୁଯାୟୀ ରଙ୍ଗୀନ ଟିଭି ଆମଦାନୀକୁ କଟକଣା ବର୍ଗରେ ରଖାଯାଇଛି। ପୂର୍ବରୁ ଏହା ମୁକ୍ତ ବର୍ଗରେ ରହିଥିଲା। ଏଣିକି ଚାଇନାରୁ ରଙ୍ଗୀନ ଟିଭି ଆମଦାନୀ କରିବାକୁ ହେଲେ ସରକାରଙ୍କଠାରୁ ଲାଇସେନ୍ସ ହାସଲ କରିବାକୁ ପଡ଼ିବ।

Share