Categories: ବାଣିଜ୍ୟ

୧୪ରୁ ସୁଜି, ମଇଦା ରପ୍ତାନି ଉପରେ କଟକଣା

ନୂଆଦିଲ୍ଲୀ,୧୦।୮: ଭାରତ ସରକାର ନିକଟରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ନିୟନ୍ତ୍ରଣ ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଥିଲେ। ଉକ୍ତ ବୈଠକ ଶେଷ ପରେ କେନ୍ଦ୍ର ସରକାର ସୁଜି ଓ ମଇଦା ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏପରିକି ଅଗଷ୍ଟ ୧୪ରୁ ସରକାରଙ୍କ ଉକ୍ତ ନିଷ୍ପତ୍ତି ଲାଗୁହେବ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଗତ କିଛି ମାସ ହେବ ସରକାର ଗହମ ପରେ ଅଟାର ରପ୍ତାନି ଉପରେ କଟକଣା ଜାରି କରିଥିଲେ। ଫଳରେ ମଇଦା ଏବଂ ସୁଜିର ରପ୍ତାନି ଆଶାତୀତ ଭାବେ ବୃଦ୍ଧି ପାଇଥିଲା। ଏହି କାରଣରୁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେବା ପାଇଁ ବାଧ୍ୟ ହୋଇଛନ୍ତି। ସେହିଭଳି ଜିଡିଏଫ୍‌ଟି ଦ୍ୱାରା ଜାରି ନିର୍ଦ୍ଦେଶ ଅନୁସାରେ ମଇଦା ଏବଂ ସୁଜିର ରପ୍ତାନି ପାଇଁ ଅନୁମତି ମନ୍ତ୍ରୀସ୍ତରୀୟ ପ୍ୟାନେଲର ମଞ୍ଜୁରୀ ପରେ ଦିଆଯିବ। ଏହା ପୂର୍ବରୁ କେନ୍ଦ୍ର ସରକାର ଅଟାର ରପ୍ତାନି ଉପରେ ପ୍ରତିବନ୍ଧକ ଲାଗୁକରି ଏହି ସମାନ କଥା କହିଥିଲେ।

Share