Categories: ଜାତୀୟ

ସିନ୍ଧେଙ୍କ ବିଧାନସଭା ପ୍ରବେଶ ଉପରେ ଲାଗୁ ରୋକ, ଅଯୋଗ୍ୟତା ନୋଟିସ ନେଇ ସୁପ୍ରିମ୍‌କୋର୍ଟରେ ଶିବସେନା…

ମୁମ୍ବାଇ, ୧।୭ : ମହାରାଷ୍ଟ୍ରରେ କ୍ଷମତାର ଓଲଟପାଲଟ ହୋଇଛି ଏବଂ ବର୍ତ୍ତମାନ ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହା ପରେ ମଧ୍ୟ ରାଜନୈତିକ ମତଭେଦ ବନ୍ଦ ହୋଇନାହିଁ । ବିବାଦକୁ ନେଇ ଶିବସେନା ପୁଣି ଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।

ଏକନାଥ ସିନ୍ଧେ ଏବଂ ତାଙ୍କ ୧୫ ସମର୍ଥକଙ୍କୁ ବିଧାନସଭା ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ଶିବସେନା ମୁଖ୍ୟ ହ୍ବିପ ସୁନୀଲ ପ୍ରଭ୍‌ୁ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛନ୍ତି।

ଶିବସେନା କହିଛି ଯେପର୍ଯ୍ୟନ୍ତ ବିଧାୟକଙ୍କମାନଙ୍କ ବିରୋଧରେ ଅଣାଯାଇଥିବା ଅଯୋଗ୍ୟତା ନୋଟିସର ବିଚାର ନହୋଇଛି ସେମାନଙ୍କୁ ବିଧାନସଭାରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ। ବିଧାନସଭାରେ ସଂଖ୍ୟାଗରିଷ୍ଠତା ପରୀକ୍ଷା ବନ୍ଦ କରିବାକୁ ତାଙ୍କ ପକ୍ଷରୁ ଏକ ଦାବି ମଧ୍ୟ କରାଯାଇଛି।

Share