ପୂଜା ପାଇଁ ଗାଡ଼ି ଚଳାଚଳରେ କଟକଣା

ବେତନଟୀ,୨୬ା୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବେତନଟୀଠାରେ ସପ୍ତାହ ବ୍ୟାପି ଦୁର୍ଗା ପୂଜା ଓ ମେଳା ଅନୁଷ୍ଠିତ ହେବ। ଏଥିପାଇଁ ବଜାର ଅଞ୍ଚଳ ଚଳଚଞ୍ଚଳ ହୋଇ ପଡ଼ିଛି। ପୂଜା କମିଟିର କର୍ମକର୍ତ୍ତାମାନେ ମେଢ଼ ତିଆରି, ମଣ୍ଡପ ସାଜସଜ୍ଜା, ମେଳା ପ୍ରସ୍ତୁତି, ରାବଣ ପୋଡ଼ି ଉତ୍ସବ ଓ ଯାତ୍ରା ମଞ୍ଚ ଉପରେ ନଜର ରଖି ଶୃଙ୍ଖଳା ପାଇଁ ଏକ ମିଳିତ ନିଷ୍ପତ୍ତି ନେଇଛନ୍ତି। ଅଷ୍ଟମୀ ପୂଜାରୁ ଦଶହରା ପର୍ଯ୍ୟନ୍ତ ବେତନଟୀ ଚଣ୍ଡିଛକ ଓ ବସଷ୍ଟାଣ୍ଡ ବଜାର ମଧ୍ୟରେ ବସ୍‌, ଚାରିଚକିଆ ଯାନ ଚଳାଚଳ ଉପରେ କଟକଣା କରାଯାଇଛି। ବାଇକ୍‌ ଗୁଡ଼ିକ ସା ପରେ ଏହି ଅଞ୍ଚଳରେ ପ୍ରବେଶ ପାଇଁ ବାରଣ କରାଯାଇଛି।

Share