Categories: ବାଣିଜ୍ୟ

୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବିମାନ କଟକଣା

ନୂଆଦିଲ୍ଲୀ: ଆନ୍ତର୍ଜାତିକ ଯାତ୍ରୀବାହୀ ବିମାନ ଉପରେ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଥିବା ସମ୍ପର୍କରେ ଡାଇରେକ୍ଟୋରେଟ୍‌ ଜେନେରାଲ ଅଫ୍‌ ସିଭିଲ ଆଭିଏସନ (ଡିଜିସିଏ) ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ ସବିଶେଷ ସୂଚନା ଦିଆଯାଇଛି। ୨୦୨୧ ମାର୍ଚ୍ଚ ୩୧ ତାରିଖ ରାତି ୨୩. ୫୯ ପର୍ଯ୍ୟନ୍ତ ଭାରତରୁ ଯାଉଥିବା ଏବଂ ଭାରତକୁ ଆସୁଥିବା ନିୟମିତ ଆନ୍ତର୍ଜାତିକ ବାଣିଜି୍ୟକ ଯାତ୍ରୀବାହୀ ବିମାନ ଚଳାଚଳ ଉପରେ କଟକଣା ବଳବତ୍ତର ରହିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ୨୦୨୦ ଜୁନ୍‌ ୨୬ ତାରିଖରେ ଡିଜିସିଏ ଏଭଳି କଟକଣା ଜାରି କରିଥିଲା। ଉକ୍ତ କଟକଣା ସଂକ୍ରାନ୍ତ ଆଦେଶନାମାକୁ ସାମାନ୍ୟ ସଂଶୋଧନ କରାଯାଇ ଶୁକ୍ରବାର ଡିଜିସିଏ ପକ୍ଷରୁ ଏହି କଟକଣା ଜାରି କରାଯାଇଛି।

Share