ଯାତ୍ରୀ ବିଶ୍ରାମାଗାର ବିପଦପୂର୍ଣ୍ଣ

ଗୋପବନ୍ଧୁ ନଗର,୪ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ଓ ଖୁଣ୍ଟା ବ୍ଲକ ସୀମା ତଥା ବାଲେଶ୍ୱରରୁ ବାରିପଦା-୍‌ଉଦଳାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଧାନଘେରା ଛକଠାରେ ନିର୍ମାଣ ହୋଇଥିବା ଯାତ୍ରୀ ବିଶ୍ରାମାଗାର ବିପଦସଙ୍କୁଳ ହୋଇ ପଡ଼ିଛି।
ବର୍ଷ ତଳେ ନିର୍ମାଣ ହୋଇଥିବା ଏହି ବିଶ୍ରାମାଗାର ଉପରେ ଆଖପାଖ ୪/୫ଟି ଗ୍ରାମର ଲୋକେ ନିର୍ଭର କରିଥାନ୍ତି। ସ୍ଥାନୀୟ କଲେଜର ଛାତ୍ରୀଛାତ୍ରମାନେ ଏଠାରେ ମଧ୍ୟ ବସ୍‌କୁ ଅପେକ୍ଷା କରିଥାନ୍ତି। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଏହାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏହାର ଛାତ ମଧ୍ୟ ବିପଦପୂର୍ଣ୍ଣ ଅବସ୍ଥାରେ ଥିବାରୁ କେତେବେଳେ ଯେ ଏହା ଭୁଶୁଡ଼ି ପଡ଼ିବ ତାହା କହିହେବ ନାହିଁ। ଏଣୁ ଯାତ୍ରୀଙ୍କ ସ୍ବାର୍ଥ ନିମନ୍ତେ ଏକ ନୂତନ ଯାତ୍ରୀ ବିଶ୍ରାମାଗାର ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Share