ନୂଆଦିଲ୍ଲୀ,୬।୧୨ : ୟୁନିଅନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ସିଭିଲ ସର୍ଭିସେସ ମେନ ପରୀକ୍ଷା ୨୦୨୨ ର ଫଳାଫଳ ପ୍ରକାଶ ପାଇଛି। ପରୀକ୍ଷାରେ ଦେଇଥିବା ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ upsc.gov.in ରେ ଫଳାଫଳ ଯାଞ୍ଚ କରିପାରିବେ। ମୁଖ୍ୟ ପରୀକ୍ଷା ସେପ୍ଟେମ୍ବର ୧୬ ରୁ ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ସବଜେକ୍ଟିଭ ମୋଡରେ କରାଯାଇଥିଲା।
ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କ ରୋଲ ନମ୍ବର କମିଶନ ପ୍ରକାଶ କରିଛନ୍ତି। ଯେଉଁମାନେ ମେନ୍ସରେ ଯୋଗ୍ୟତା ଅର୍ଜନ କରିଛନ୍ତି ସେମାନଙ୍କୁ ସାକ୍ଷାତକାର ପରୀକ୍ଷା ପାଇଁ ଶର୍ଟଲିଷ୍ଟ କରାଯାଇଛି। ସାକ୍ଷାତକାର ୨୭୫ ମାର୍କର ହେବ। ଏଥିରେ କୌଣସି ସର୍ବନିମ୍ନ ନମ୍ବର ନାହିଁ।
ଏହା ପରେ, ମନୋନୀତ ପ୍ରାର୍ଥୀଙ୍କୁ ବିଭିନ୍ନ ଅଲ ଇଣ୍ଡିଆ ସେବା ଏବଂ କେନ୍ଦ୍ରୀୟ ସିଭିଲ ସର୍ଭିସରେ ଆଇଏଏସ,ଆଇପିଏସ, ଆଇଏଫଏସ, ଆଇଆରଏସ ଏବଂ ଆଇଆରଟିଏସ ସହିତ ପ୍ରଶାସନିକ ପଦବୀରେ ନିଯୁକ୍ତି ଦିଆଯିବ ।