Categories: ଜାତୀୟ

ପ୍ରକାଶ ପାଇଲା ଆଇସିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା ଫଳ

ନୂଆଦିଲ୍ଲୀ,୨୪ା୭: ଚଳିତ ବର୍ଷର ଆଇସିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ପୂର୍ବ ଘୋଷଣା ଅନୁଯାୟୀ, ଅପରାହ୍ନ ୩ଟାରେ  ପରୀକ୍ଷା ଫଳ ପ୍ରକାଶ ପାଇଛି। ଛାତ୍ରୀଛାତ୍ର results.cisce.org ଓ୍ବେବ୍‌ସାଇଟରେ ନିଜ ଫଳାଫଳ ଦେଖିପାରିବେ। କରୋନା ପାଇଁ ଚଳିତ ବର୍ଷ ପରୀକ୍ଷା ହୋଇ ନ ଥିବା ବେଳେ ଉଭୟ ଶ୍ରେଣୀରେ ପାସ ହାର ୯୯%ରୁ ଅଧିକ ରହିଛି। ରାଜ୍ୟରେ ୧୦ମ ଶ୍ରେଣୀର ପାସ ହାର ୯୯.୯୮% ରହିଥିବା ବେଳେ ଦ୍ୱାଦଶ ଶ୍ରେଣୀର ୯୯.୮୩% ପାସ ହାର ରହିଛି।

Share