Categories: ଜାତୀୟ

ରବିବାର ଅପରାହ୍ନ ୫ଟାରେ ଆଇସିଏସ୍‌ଇ ଦଶମ ପରୀକ୍ଷା ଫଳ…

ନୂଆଦିଲ୍ଲୀ, ୧୬।୭ : ରବିବାର (ଜୁଲାଇ ୧୭)ଅପରାହ୍ନରେ ଆଇସିଏସ୍‌ଇ ବୋର୍ଡର ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇବ। ଏନେଇ ବୋର୍ଡ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପରୀକ୍ଷା ଫଳ ପରୀକ୍ଷାର୍ଥୀମାନେ ଅଧିକୃତ ଓ୍ବେବସାଇଟ୍‌ cisce.org ରେ ଏବଂ results.cisce.org ରେ ଦେଖିପାରିବେ। ଏହା ସହିତ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ମଧ୍ୟ ପରୀକ୍ଷା ଫଳ ଜାଣିପାରିବେ।

ପ୍ରରୀକ୍ଷାର୍ଥୀଙ୍କୁ ନିର୍ଦ୍ଦିଷ୍ଟ ଅଧିକୃତ ଓ୍ବେବସାଇଟକୁ ଯାଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ଲିଙ୍କ୍‌ ଉପରେ କ୍ଲିକ୍‌ କରିବାକୁ ହେବ। ଏoହାପରେ ଲଗଇନ୍‌ ଓିଣ୍ଡୋରେ ନିଜର ଆଇଡି, ଇଣ୍ଡେକ୍ସ୍‌ ନମ୍ବର ଏବଂ ଅନ୍ୟ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିବେ। ଏହାପରେ ପରୀକ୍ଷା ଫଳ ସ୍କ୍ରିନ୍‌ରେ ପ୍ରଦର୍ଶିତ ହେବ। ଏହାକୁ ପରୀକ୍ଷାର୍ଥୀ ଡାଉନଲୋଡ୍‌ କରି ଏହାର ପ୍ରିଣ୍ଟ୍‌ ମଧ୍ୟ ନେଇ ପାରିବେ।

Share