Categories: ବାଣିଜ୍ୟ

ୟୁବିଆଇ ବାଲେଶ୍ୱର ପକ୍ଷରୁ ରିଟେଲ ଏକ୍ସପୋ

ଭୁବନେଶ୍ୱର,୨୮।୨ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର କ୍ଷେତ୍ରୀୟ କାର୍ଯ୍ୟାଳୟ ବାଲେଶ୍ୱର ପକ୍ଷରୁ ଏକ ଦିନିକିଆ ଖୁଚୁରା ପ୍ରଦର୍ଶନୀ ବା ରିଟେଲ ଏକ୍ସପୋ-୨୦୨୪ ବାଲେଶ୍ୱରର ହରିପ୍ଲାଜାଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୟୁବିଆଇ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ସହାୟକ ମହାପ୍ରବନ୍ଧକ ସନ୍ଦୀପ ଦାସ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ପ୍ରଦର୍ଶନୀ (ଏକ୍ସପୋ)କୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୟୁବିଆଇ ବାଲେଶ୍ୱର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ଜୟଗୋପାଳ ବେହେରା ଏବଂ ଉପ-କ୍ଷେତ୍ରୀୟ ମୁଖ୍ୟ ଗଜେନ୍ଦ୍ର ନାଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ପ୍ରଦର୍ଶନୀରେ ରାଜ୍ୟର ପ୍ରତିଷ୍ଠିତ ବିଲ୍ଡର, ଟାଟା ସୋଲାର, ଦେଶ ଓ ଦେଶ ବାହାରେ ଶିକ୍ଷା ଲାଭର ମାର୍ଗଦର୍ଶନ ପାଇଁ ଶିକ୍ଷା ପରାମର୍ଶଦାତା ଆଦି ଯୋଗ ଦେଇଥିଲେ। ସେହିପରି ଗାଡି ଡିଲର, ବ୍ୟାଙ୍କ ଇନ୍‌ସ୍ୟୁରାନ୍ସ, ମ୍ୟୁଚୁଆଲ ଫଣ୍ଡ୍‌ ଏବଂ ବିଭିନ୍ନ ଖୁଚୁରା ଉପତ୍ାଦ କାଉଣ୍ଟରରୁ ଅଭିଜ୍ଞ ଆର୍ଥିକ ପରାମର୍ଶଦାତା ଏବଂ ବ୍ୟାଙ୍କ ଅଧିକାରୀମାନେ ଗୋଟିଏ ଛାତ ତଳେ ପରସ୍ପରକୁ ଭେଟି ଭାବାନୁପ୍ରଦାନ କରିଥିଲେ। ସେହିଭଳି ୩୦୦ରୁ ଊର୍ଦ୍ଧ୍ୱ ଗ୍ରାହକ ମେଳା ପରିଦର୍ଶନ କରିବା ସହ ଆର୍ଥିକ ସାକ୍ଷରତା ଉପରେ ଜ୍ଞାନ ହାସଲ କରିଥିଲେ। ଅପରପକ୍ଷରେ ୧୨ବର୍ଷରୁ କମ୍‌ ପିଲାମାନଙ୍କ ପାଇଁ ଏକ ଚିତ୍ରାଙ୍କନ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଇଥିଲା।

Share