Categories: ବାଣିଜ୍ୟ

ଖୁଚୁରା ମୁଦ୍ରାସ୍ଫୀତି ୪.୭%

ନୂଆଦିଲ୍ଲୀ,୧୩।୫: ଅନ୍ତଃରାଷ୍ଟ୍ରୀୟ ସ୍ତରର ମାନ୍ଦାବସ୍ଥା ଓ ଜାତୀୟ ସମସ୍ୟା ମଧ୍ୟରେ ଦେଶର ଗ୍ରାହକ ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ମୁଦ୍ରାସ୍ଫୀତି ୧୮ ମାସରେ ସର୍ବନିମ୍ନ ବୋଲି ଶୁକ୍ରବାର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ବୟନ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଏପରିକି ୨୦୨୩ ଏପ୍ରିଲରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ୪.୭%କୁ ହ୍ରାସ ପାଇଛି, ଏପରିକି ୨୦୨୩ ମାର୍ଚ୍ଚରେ ମଧ୍ୟ ଖୁଚୁରା ମୁଦ୍ରାସ୍ଫୀତି ୫.୬୬% ଥିଲା। ସେହିଭଳି ୨୦୨୩ ଏପ୍ରିଲରେ ଖାଦ୍ୟ ମୁଦ୍ରାସ୍ଫୀତି ୩.୮୪ % କୁ ହ୍ରାସ ପାଇଥିବା ବେଳେ ମାର୍ଚ୍ଚ ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୪.୭୯% ରହିଥିଲା। ତେବେ ଶିଳ୍ପ ଉତ୍ପାଦନର ସୂଚକାଙ୍କ (ଆଇଆଇପି) ୨୦୨୩ ମାର୍ଚ୍ଚରେ ୧.୧% କୁ ହ୍ରାସ ପାଇ ୨୦୨୩ ଫେବୃୟାରୀରେ ୫.୬% ରୁ ହ୍ରାସ ପାଇଛି। ସେହିଭଳି ୨୦୨୩ ମାର୍ଚ୍ଚ ମାସ ପାଇଁ ଇଣ୍ଡଷ୍ଟ୍ରିଆଲ୍‌ ପ୍ରଡକ୍ସନ୍‌ (ଆଇଆଇପି) ର ଇଣ୍ଡେକ୍ସ ଅଫ୍‌ ଇଣ୍ଡେକ୍ସ ଅଫ୍‌ ବେସ୍‌ ୨୦୧୧-୧୨ ସହ ୧୫୦.୫ ଅଙ୍କରେ ରହିଛି।

Share