Categories: ବାଣିଜ୍ୟ

ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୭%

ଭୁବନେଶ୍ୱର,୧୪।୧୧ (ଅଭୟ ଦାଶ): ଗତ କିଛି ମାସ ହେଲା/ହେବ ଖୁଚୁରା ମୁଦ୍ରାସ୍ଫୀତି ହାରରେ ହ୍ରାସ ଘଟୁଛି। ଏପରିକି କ୍ରମାଗତ ୪ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ହ୍ରାସ ଦେଖିବାକୁ ମିଳିଛି, ବିଶେଷ କରି ଘରୋଇ ବଜାରରେ ଖାଦ୍ୟ ସାମଗ୍ରୀର ଦର ହ୍ରାସ ଓ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ସ୍ଥିରତା ଯୋଗୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ହ୍ରାସ ହୋଇଛି। ଅପରପକ୍ଷରେ ଚଳିତ ବର୍ଷ ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪.୮୭%ରେ ରହିଛି ବୋଲି ସୋମବାର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ନ୍ୟାଶନାଲ ଷ୍ଟାଟିଷ୍ଟିକାଲ ଅଫିସ ବା ଏନ୍‌ଏସଓ) ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ୨୦୨୩ ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪.୮୭%ରେ ରହିଥିଲାବେଳେ ଚଳିତ ବର୍ଷ ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୦୨% ଥିଲା। ସେହିଭଳି ୨୦୨୩ ଅଗଷ୍ଟରେ ୫.୦୨% ଥିଲା ୬.୮୩% ଏବଂ ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୪୪% ରହିଥିଲା। ଯାହା ଦୀର୍ଘ ୧୫ ମାସର ସର୍ବୋଚ୍ଚ ବୋଲି ଏନଏସଓ ପକ୍ଷରୁ କୁହାଯାଇଥିଲା। ସେହିପରି ଖୁଚୁରା ମୁଦ୍ରାସ୍ଫୀତି ହାର ୨୦୨୩ ଜୁଲାଇ ପରଠାରୁ କ୍ରମାଗତ ଭାବେ ହ୍ରାସ ପାଉଛି, ଏପରିକି ଲଗାତର ୪ର୍ଥ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ହ୍ରାସ ଦେଖିବାକୁ ମିଳିଛି, ଖାଦ୍ୟ ସାମଗ୍ରୀ ମୂଲ୍ୟରେ ହ୍ରାସ ଯୋଗୁ ୨୦୨୩ ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪.୮୭%କୁ ଖସିଛି ବୋଲି ମନ୍ତ୍ରଣାଳୟ (କାର୍ଯ୍ୟାଳୟ) ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ୨୦୨୩ ଅକ୍ଟୋବରରେ ଖାଦ୍ୟ ମୁଦ୍ରାସ୍ଫୀତି ୬.୬୧% ରହିଛି, ଯାହାକି ୨୦୨୩ ସେପ୍ଟେମ୍ବରରେ ୬.୬୨% ରହିଥିଲା। ବିଶେଷକରି ଗ୍ରାମୀଣ ଅଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୧୨% ରହିଥିବାବେଳେ ସହରାଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୭୧% ରହିଛି।
ସୂଚନାଯୋଗ୍ୟ, ୨୦୨୩ ଅକ୍ଟୋବରରେ ଡାଲି ଦର ବୃଦ୍ଧି ହୋଇଥିବାବେଳେ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଦର ପରିବର୍ତ୍ତନ ହୋଇଛି।

Share