ଜୁନ୍‌ରେ ଖୁଚୁରା ମୁଦ୍ରାସ୍ଫୀତି ୫.୦୮%

ଭୁବନେଶ୍ୱର,୧୩।୭(ଅନୁରାଧା ମହାରଣା): ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାର ପୁଣି ଥରେ ୫ ପ୍ରତିଶତ ଅତିକ୍ରମ କରିଛି। ଜୁନ୍‌ ୨୦୨୪ରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୦୮ ପ୍ରତିଶତ ହୋଇଛି ଯାହା ମେ ୨୦୨୪ ରେ ୪.୮୦ ପ୍ରତିଶତ ଥିଲା। ଖାଦ୍ୟ ମୁଦ୍ରାସ୍ଫୀତି ହାରରେ ବୃଦ୍ଧି ଘଟିଛି ଏବଂ ଏହା ୯ ପ୍ରତିଶତ ଅତିକ୍ରମ କରିଛି। ଜୁନ୍‌ ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୯.୩୬ ପ୍ରତିଶତ ହୋଇଛି,  ଯାହା ମେ ମାସରେ ୮.୮୩ ପ୍ରତିଶତ ଥିଲା ।
ପରିସଂଖ୍ୟାନ ମନ୍ତ୍ରଣାଳୟ ଜୁନ୍‌ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ହାର ସମ୍ପର୍କିତ ତଥ୍ୟ ପ୍ରକାଶ କରିଥିବାବେଳେ ଏଥିରୁ ଏହି ସୂଚନା ମିଳିଛି। ତଥ୍ୟ ଅନୁଯାୟୀ, ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୦୮ ପ୍ରତିଶତ ହୋଇଛି। ୧ ବର୍ଷ ପୂର୍ବେ ଅର୍ଥାତ୍‌  ୨୦୨୩ ଜୁନ୍‌ରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪.୮୭ ପ୍ରତିଶତ ଥିଲା। ୨୦୨୩ ଜୁନ୍‌ରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୪.୩୧ ପ୍ରତିଶତ ଥିଲା।
ଦେଶର ଅଧିକାଂଶ ରାଜ୍ୟ  ବର୍ଷାରେ ଅନିୟମିତତା ହେତୁ ପନିପରିବା ମୂଲ୍ୟରେ ବୃଦ୍ଧି ଘଟିଛିି। ପନିପରିବାର ମୁଦ୍ରାସ୍ଫୀତି ହାର ଜୁନ୍‌ ମାସରେ ୨୯.୩୨ ପ୍ରତିଶତ ଥିଲା, ଯାହା ମେ ମାସରେ ୨୭.୩୩ ପ୍ରତିଶତ ଥିଲା। ଡାଲିର ମୁଦ୍ରାସ୍ଫୀତି ହାର ଜୁନ୍‌ ମାସରେ ୧୬.୦୭ ପ୍ରତିଶତ ରହିଛି ଯାହା ମେ ମାସରେ ୧୭.୧୪ ପ୍ରତିଶତ ଥିଲା । ଜୁନ୍‌ରେ ଡାଲିର ମୁଦ୍ରାସ୍ଫୀତିରେ ସାମାନ୍ୟ ହ୍ରାସ ଘଟିଛି। ଫଳର ମୁଦ୍ରାସ୍ଫୀତି ହାର ଜୁନ୍‌ରେ ୭.୧ ପ୍ରତିଶତ ରହିଛି ଯାହା ମେ ମାସରେ ୬.୬୮ ପ୍ରତିଶତ ଥିଲା। ଶସ୍ୟ ଏବଂ ଆନୁଷଙ୍ଗିକ ଦ୍ରବ୍ୟର ମୁଦ୍ରାସ୍ଫୀତି ହାର ୮.୭୫ ପ୍ରତିଶତ ହୋଇଛି ଯାହା ମେ ମାସରେ ୮.୬୯ ପ୍ରତିଶତ ଥିଲା। ଚିନିର ମୁଦ୍ରାସ୍ଫୀତି ହାର ୫.୮୩ ପ୍ରତିଶତ ହୋଇଛି ଯାହା ମେ ମାସରେ ୫.୭୦ ପ୍ରତିଶତ ଥିଲା। ଅଣ୍ଡାର ମୁଦ୍ରାସ୍ଫୀତି ହାର ହ୍ରାସ ପାଇଛି ଏବଂ ଏହା ୩.୯୯ ପ୍ରତିଶତ ରହିଛି। ଏହା ମେ ମାସରେ ୭.୬୨ ପ୍ରତିଶତ ଥିଲା।
ଖୁଚୁରା ମୁଦ୍ରାସ୍ଫୀତିର ବୃଦ୍ଧି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)କୁ ଏକ ବଡ଼ ଝଟକା ଦେଇଛି। ଆର୍‌ବିଆଇ ଏହାକୁ ୪ ପ୍ରତିଶତକୁ ଆଣିବାକୁ ଚେଷ୍ଟା କରିଥିଲା। ମାତ୍ର ତଥ୍ୟ ସମ୍ପୂର୍ଣ୍ଣ ବିପରୀତ ହୋଇଛି। ଖୁଚୁରା ମୁଦ୍ରାସ୍ଫୀତି ହାର ୫ ପ୍ରତିଶତରୁ ଅଧିକ ହୋଇଯାଇଛି।  ମୁଦ୍ରାସ୍ଫୀତି ହାର ୪ ପ୍ରତିଶତରେ ନ ପହଞ୍ଚତ୍ବା ପର୍ଯ୍ୟନ୍ତ ସୁଧ ହାର ହ୍ରାସ କରିବା ବିଷୟରେ ମତ ରଖିବା ଠିକ୍‌ ହେବ ନାହିଁ ବୋଲି ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଗୁରୁବାର କହିଥିଲେ। ଖୁଚୁରା ମୁଦ୍ରାସ୍ଫୀତି ହାର ବୃଦ୍ଧି ଗଭର୍ନର ଦାସଙ୍କ ଏପରି ମତ ପରେ  ନିକଟ ଭବିଷ୍ୟତରେ ସୁଧ ହାରରେ କୌଣସି ହ୍ରାସ ହେବ ନାହିଁ  ସ୍ପଷ୍ଟ ହୋଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀ ୧ରୁ ବଦଳିଯିବ ଟେଲିକମର ଏହି ନିୟମ, Jio, Airtel, BSNL, Vi ଉପରେ ପଡ଼ିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୧: ସରକାର ଟେଲିକମ ନିୟମରେ ସମୟ ସମୟରେ ପରିବର୍ତ୍ତନ କରନ୍ତି। ଟେଲିକମ ଆକ୍ଟରେ କିଛି ନିୟମ ଯୋଡା ଯାଇଥିଲା, ଯାହାକୁ ସମସ୍ତ ରାଜ୍ୟ ମଧ୍ୟ ପାଳନ...

ଜୋମାଟୋରେ ନିଯୁକ୍ତି ସୁଯୋଗ: ୨୦ ଲକ୍ଷ ଦେଇ ବର୍ଷେ ମାଗଣା କାମ, ଦ୍ୱିତୀୟ ବର୍ଷରେ କମ୍ପାନୀ ଦେବ ଏତେ…

ନୂଆଦିଲ୍ଲୀ,୨୧।୧୧: ଅନଲାଇନ ଖାଦ୍ୟ ବିତରଣ ଆପ ଜୋମାଟୋରେ ବଡ ନିଯୁକ୍ତି ବାହାରିଛି। ଜୋମାଟୋ ସିଇଓ ଦୀପିନ୍ଦର ଗୋୟଲ ନିଜେ ଏହି ବିଷୟରେ ଏକ୍ସରେ ସୂଚନା ଦେଇଛନ୍ତି।...

ଆମେରିକାର ଅଭିଯୋଗ ଆଣିବାର କେଇ ମିନିଟ୍‌ ମଧ୍ୟରେ ବୁଡିଲା ଆଦାନୀଙ୍କ ଶେୟାର, ୨.୨୪ ଲକ୍ଷ କୋଟି ଟଙ୍କାର କ୍ଷତି…

ନୂଆଦିଲ୍ଲୀ,୨୧।୧୧: ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କୁ ଲାଗିଛି ଆଜି ସକାଳୁ ସକାଳୁ ଲାଗିଛି ବଡ଼ ଝଟ୍‌କା। ଆମେରିକାରେ ଅଭିଯୋଗ ଆଣିଛି କି, ସେ ତାଙ୍କ କମ୍ପାନୀ...

ମାତ୍ର ୫୧ ଟଙ୍କାରେ ବର୍ଷସାରା ମିଳିବ ୫ଜି ଡାଟା, ଜିଓର ସ୍ପେଶାଲ ଅଫର୍‌…

ନୂଆଦିଲ୍ଲୀ,୨୦।୧୧: ଭାରତର ସର୍ବବୃହତ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଗ୍ରାହକଙ୍କୁ ଏକ ସ୍ବତନ୍ତ୍ର ଭାଉଚର ପ୍ରଦାନ କରୁଛି । ମାତ୍ର ୬୦୧ ଟଙ୍କାରେ 5G ଅପଗ୍ରେଡ...

ପ୍ଲାଟ୍‌ଫର୍ମରେ ଉନ୍ନତ ବୈଷୟିକ ଜ୍ଞାନକୌଶଳ ଉପଯୋଗ

ନୂଆଦିଲ୍ଲୀ,୨୦।୧୧: ଦେଶର ପ୍ରମୁଖ ଇ- କମର୍ସ ପ୍ଲାଟ୍‌ଫର୍ମ ମିଶୋ ଅନ୍‌ଲାଇନ ଠକେଇ ବିରୋଧରେ ଲଢ଼େଇ କରିବା ସହ ପ୍ଲାଟ୍‌ଫର୍ମରେ ଉନ୍ନତ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରିଛି।...

ପ୍ରଥମ ରାଜ୍ୟସ୍ତରୀୟ ଊର୍ଜା ମେଳା ଉଦ୍‌ଘାଟିତ

ଭୁବନେଶ୍ୱର,୨୦।୧୧(ଅଭୟ ଦାଶ): ଶକ୍ତି ସଂରକ୍ଷଣ ଏବଂ ସ୍ବଚ୍ଛଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଟାଟା ପାୱାର ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ...

ଏସ୍‌ବିଆଇ ହର୍ନିମାନ୍‌ ସର୍କଲ ଶାଖାର ଶତବାର୍ଷିକୀ ଉତ୍ସବ

ମୁମ୍ବାଇ,୨୦।୧୧: ଷ୍ଟେଟ୍‌ ବ୍ୟାଙ୍କ ଅ୍‌ଫ ଇଣ୍ଡିଆ(ଏସ୍‌ବିଆଇ)ର ମୁମ୍ବାଇସ୍ଥିତ ହର୍ନିମାନ୍‌ ସର୍କଲ ଶାଖାର ଶତବାର୍ଷିକୀ ଉତ୍ସବ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା...

୩୭୦ ଟ୍ରେନ୍‌ରେ ସଂଯୋଗ ହେବ ୧ ହଜାର ଦ୍ୱିତୀୟ ଶ୍ରେଣୀ କୋଚ୍‌

ଭୁବନେଶ୍ୱର,୨୦ା୧୧(ଅନୁରାଧା ମହାରଣା): ରେଳଯାତ୍ରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଭାରତୀୟ ରେଳପଥ ପକ୍ଷରୁ ଯାତ୍ରୀସେବାକୁ ତ୍ୱରାନ୍ବିତ କରାଯାଉଛି। ଏହି କ୍ରମରେ ଗତ ୩ମାସ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri