ଭୁବନେଶ୍ୱର, ୧୩।୬: ଭାରତରେ ଖୁଚୁରା ମୁଦ୍ରାସ୍ଫୀତି ବା ମହଙ୍ଗା ହାର ମେ ମାସରେ ୧୨ ମାସର ସର୍ବନିମ୍ନ ୪.୭୫% ସ୍ତରକୁ ଖସିଛି। ଯାହା ଏପ୍ରିଲ ମାସରେ ୪.୮୩% ଥିଲା ବୋଲି ବୁଧବାର ସରକାର ପ୍ରକାଶ କରିଥିବା ତଥ୍ୟରେ କହିଛନ୍ତି।
ତେବେ ମେ ମାସରେ ମୁଦ୍ରାସ୍ଫୀତି ଅନେକ ଅର୍ଥନୀତିଜ୍ଞଙ୍କ ଆକଳନଠାରୁ ବେଶ କମ ରହିଛି। ଏହାସହିତ ଖୁଚୁରା ମୁଦ୍ରାସ୍ପିତି ସେପ୍ଟେମ୍ବର ୨୦୨୩ ପରଠୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଧାର୍ଯ୍ୟ ୬% ତଳେ ରହିଛି।
ଅପରପକ୍ଷେ ଓଡ଼ିଶାରେ କ୍ଷେତ୍ରୀୟ ସ୍ଥିତି କିନ୍ତୁ ଭିନ୍ନ ରହିଛି। ନିତ୍ୟବ୍ୟବହାର୍ଯ୍ୟ ଅତ୍ୟାବଶ୍ୟକ ସାମଗ୍ରୀଠାରୁ ଆରମ୍ଭ କରି କଞ୍ଚା ପରିବା ପର୍ଯ୍ୟନ୍ତ ବିଭିନ୍ନ ଦ୍ରବ୍ୟର ମୂଲ୍ୟ ଅହେତୁକ ଭାବେ ବଢି ଚାଲିଛି। ଚାଉଳ, ଡାଲି, ପିଆଜ, ଆଳୁ , କଞ୍ଚା ପରିବା ଆଦି ମୂଲ୍ୟ ଦୁଇଗୁଣା ହେବାକୁ ବସିଲାଣି।
ତେବେ ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ମେ ୨୦୨୪ ପାଇଁ ସର୍ବ-ଭାରତ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ସଂଖ୍ୟା ଉପରେ ଆଧାର କରି ବର୍ଷକୁ ବର୍ଷ ମୁଦ୍ରାସ୍ଫୀତି ହାର ୪.୭୫% ରହିଛି।
ରିପୋର୍ଟ ଅନୁଯାୟୀ ଏହି ସମୟରେ ମସଲା ଜାତୀୟ ଦ୍ରବ୍ୟର ମୂଲ୍ୟ ବାର୍ଷିକ ତୁଳନାରେ ହ୍ରାସ ପାଇଛି। ଏହାସହିତ କପଡା, ଚପଲ, ଘର ଏବଂ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ତେଣୁ ଦେଶରେ ବିଭିନ୍ନ ଦ୍ରବ୍ୟର ମୂଲ୍ୟ ହ୍ରାସ ଏଲକ ଭଲ ସଂକେତ ବୋଲି କୁହାଯାଉଛି।