୪.୩୫% ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତ

ନୂଆଦିଲ୍ଲୀ,୧୩।୧୦: ସେପ୍ଟେମ୍ବରରେ ଖାଉଟି ମୂଲ୍ୟ ସୂଚୀ ଭିତ୍ତିକ ମୁଦ୍ରାସ୍ଫୀତି (ସିପିଆଇ) ୫ ମାସର ସର୍ବନିମ୍ନ ସ୍ତର ୪.୩୫% ସ୍ତରକୁ ଖସିଛି। ଏହା ଅଗଷ୍ଟରେ ୫.୫୯% ସ୍ତରରେ ରହିଥିଲା। ଖାଦ୍ୟ ସାମଗ୍ରୀ ଦର କମିବା ଯୋଗୁ ଏଭଳି ସ୍ଥିତି ଆସିଛି। ଲଗାତାର ତୃତୀୟ ମାସ ଲାଗି ରିଜର୍ଭ ବ୍ୟାଙ୍କର ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ମୁଦ୍ରାସ୍ଫୀତି ରହିଥିବା ଜଣାପଡ଼ିଛି। କେନ୍ଦ୍ରୀୟ ବ୍ୟାଙ୍କ ଏହାର ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକରେ ବିଶେଷ କରି ଖୁଚୁରା ମୁଦ୍ରାସ୍ଫୀତିକୁ ବିଚାରକୁ ନେଇଥାଏ। ଖୁଚୁରା ମୁଦ୍ରାସ୍ଫୀତି ୬% ମଧ୍ୟରେ ସୀମିତ ରଖିବାକୁ ରିଜର୍ଭ ବ୍ୟାଙ୍କ ଲକ୍ଷ୍ୟ ରଖିଛି।
ବର୍ଷ ୨୦୨୧-୨୨ରେ ଖୁଚୁରା ମୁଦ୍ରାସ୍ଫୀତି ୫.୩% ରହିପାରେ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି। ଅଗଷ୍ଟ ମାସରେ ହୋଇଥିବା ୫.୭% ଧାର୍ଯ୍ୟ ଆକଳନ ଠାରୁ ଏହା ନିମ୍ନ। ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଖୁଚୁରା ମୁଦ୍ରାସ୍ଫୀତି ୫.୧%, ତୃତୀୟରେ ୪.୫% ଏବଂ ଚତୁର୍ଥରେ ୫.୮% ରହିପାରେ। ଆର୍ଥତ୍କ ବର୍ଷ ୨୦୨୨-୨୩ ପ୍ରଥମ ତ୍ରୈମାସରେ ଏହି ମୁଦ୍ରାସ୍ଫୀତି ୫.୨% ରହିପାରେ। ଖାଇବା ତେଲ, ପେଟ୍ରୋଲ, ଡିଜେଲ, ଏଲ୍‌ପିଜି ଏବଂ ମେଡିସିନ ଭଳି କିଛି ସାମଗ୍ରୀ ଦର ଉଚ୍ଚରେ ରହିବ ବୋଲି ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଥିଲେ। ଖରିଫ ଉତ୍ପାଦନ ଉନ୍ନତ ହେବା ଯୋଗୁ ଏହା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାରେ ଯୋଗଦାନ ରଖିବ।
ପକ୍ଷରୁ ଜାରି କରାଯାଇଥିବା ଡାଟା ମୁତାବକ, ଅଗଷ୍ଟରେ ଔଦ୍ୟୋଗିକ ଉତ୍ପାଦନ ୧୧.୯% ବଢ଼ିଛି। ମାନୁଫାକଚରିଂ, ଶକ୍ତି କ୍ଷେତ୍ର ଏବଂ ଖଣି ଭଳି କ୍ଷେତ୍ରର ଉତ୍ପାଦନରେ ଉନ୍ନତି ଆସିଛି। ମାନୁଫାକ୍‌ଚରିଂ କ୍ଷେତ୍ର ଅଭିବୃଦ୍ଧି ୯.୭% ରହିଛି। ଖଣି କ୍ଷେତ୍ର ୨୩.୬% ଅଭିବୃଦ୍ଧି ରହିଛି। ଔଦ୍ୟୋଗିକ ଉତ୍ପାଦନ ବର୍ତ୍ତମାନ କୋଭିଡ ପୂର୍ବ ସ୍ଥିତିକୁ ଫେରିଥିବା ଜଣାପଡ଼ିଛି।

Share