Categories: ବାଣିଜ୍ୟ

୭.୩୪% ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ୭.୩୪% ସ୍ତରରେ ରହିଛି। ଖାଦ୍ୟ ସାମଗ୍ରୀ ଦର ଊର୍ଦ୍ଧ୍ୱରେ ରହିବା ଯୋଗୁ ଏଭଳି ସ୍ଥିତି ଦେଖାଯାଇଛି। ସରକାର ପ୍ରଦାନ କରିଥିବା ଡାଟା ମୁତାବକ ଖୁଚୁରା ମୁଦ୍ରାସ୍ଫୀତି ଅଗଷ୍ଟରେ ୬.୬୯% ସ୍ତରରେ ରହିଥିଲା। ସେହିଭଳି ଗତ ବର୍ଷ ସେପ୍ଟେମ୍ବରରେ ଏହା ୩.୯୯% ସ୍ତରରେ ରହିଥିଲା। ସେପ୍ଟେମ୍ବର ମାସରେ ଫୁଡ୍‌ ବାସ୍କେଟରେ ମୂଲ୍ୟ ବୃଦ୍ଧି ୧୦.୬୮% ରହିଛି। ଏହା ଅଗଷ୍ଟରେ ୯.୦୫% ସ୍ତରରେ ରହିଥିଲା ବୋଲି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଡାଟାରୁ ସାମ୍ନାକୁ ଆସିଛି। ରେପୋ ରେଟ୍‌ ନିର୍ଦ୍ଧାରଣ କରିବା ବେଳେ ରିଜର୍ଭ ବ୍ୟାଙ୍କ ଖୁଚୁରା ମୁଦ୍ରାସ୍ଫୀତିକୁ ଧ୍ୟାନରେ ରଖିଥାଏ।

Share