ବାଙ୍ଗାଲୋର: ଲଗାତର ଦ୍ୱିତୀୟ ମାସ ଲାଗି ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୭%ରୁ ଊର୍ଦ୍ଧ୍ୱ ରହିପାରେ। ପିଆଜ ସହ ଅନ୍ୟ ପନିପରିବା ଦର ଉଚ୍ଚରେ ରହିବା ଯୋଗୁ ଏଭଳି ସ୍ଥିତି ଉଜୁଯିବା ନେଇ ରଏଟର୍ସ ପକ୍ଷରୁ ଆକଳନ କରାଯାଇଛି। ଏହା ହେଲେ ରିଜର୍ଭ ବ୍ୟାଙ୍କ ସୁଧହାର ହ୍ରାସ କରିବା ନେଇ ଆଶା କ୍ଷୀଣ ରହିବ। ମୁଦ୍ରାସ୍ଫୀତି ଚାପ ଯୋଗୁ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ନ ଖସାଇପାରେ। କରୋନା ମହାମାରୀ ଯୋଗୁ ବଜାର ବର୍ତ୍ତମାନ ପ୍ରଭାବିତ ହୋଇ ରହିଛି। ମହାରାଷ୍ଟ୍ର,କର୍ନାଟକ ଏବଂ ଆନ୍ଧ୍ର ପ୍ରଦେଶରେ ବର୍ଷା ଯୋଗୁ ପିଆଜ ଉତ୍ପାଦନ ପ୍ରଭାବିତ ହୋଇଛି। ଏହା ସହ ପନିପରିବା ଦର ଉପରେ ମଧ୍ୟ ବର୍ଷାର ପ୍ରଭାବ ଲାଗି ରହିଛି। ଏସିଆର ତୃତୀୟ ବୃହତ୍ ଅର୍ଥ ବ୍ୟବସ୍ଥାରେ ଚାହିଦା ବର୍ତ୍ତମାନ ପ୍ରଭାବିତ ହୋଇ ରହିଛି। ଏପ୍ରିଲ-ଜୁନ୍ ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ୨୩.୯%କୁ ହ୍ରାସ ପାଇଛି। କରୋନା ଯୋଗୁ ଲକ୍ଷ ଲକ୍ଷ ଲୋକ ଚାକିରି ହରାଇଛନ୍ତି। ଲୋକଙ୍କର ବେତନ ମଧ୍ୟ କାଟ ହୋଇଛି। ସଂକ୍ରମଣରେ ଭାରତ ଦ୍ୱିତୀୟ ଦେଶ ହୋଇଥିବା ବେଳେ କରୋନା ମହାମାରୀ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିପାରିନାହିଁ। ସେପ୍ଟେମ୍ବରରେ ଶିଳ୍ପ ଉତ୍ପାଦନ ୨% ଖସିବା ନେଇ ଆକଳନ କରାଯାଇଛି।