Categories: ଜାତୀୟ

ଖୁଚୁରା ମୁଦ୍ରାସ୍ଫୀତି ୪.୨୫%କୁ ହ୍ରାସ

ନୂଆଦିଲ୍ଲୀ, ୧୩ା୬: ଭାରତର ଖୁଚୁରା ମୁଦ୍ରାସ୍ଫୀତି ମେ’ ମାସରେ ୪.୨୫ ପ୍ରତିଶତକୁ ହ୍ରାସ ପାଇଛି, ଯାହାକି ଗତ ୨୫ ମାସ ମଧ୍ୟରେ ସର୍ବନିମ୍ନ। ଏହା ଭାରତୀୟ ରିଜର୍ଭ ବ୍ୟାଙ୍କର ଧାର୍ଯ୍ୟ ଲକ୍ଷ୍ୟ ୪ ପ୍ରତିଶତ ମୁଦ୍ରାସ୍ଫୀତିର ନିକଟତର ହୋଇଛି। ଖାଦ୍ୟ ସାମଗ୍ରୀ ମୁଦ୍ରାସ୍ଫୀତି, ଯାହାକି ଖାଉଟି ମୂଲ୍ୟ ସୂଚକାଙ୍କ (ସିପିଆଇ) ବାସ୍କେଟ୍‌ର ପାଖାପାଖି ଅର୍ଦ୍ଧେକ, ତାହା ୨.୯୧ ପ୍ରତିଶତକୁ ହ୍ରାସ ପାଇଛି। ଏପ୍ରିଲରେ ଖାଦ୍ୟ ମୁଦ୍ରାସ୍ଫୀତି ୩.୮୪ ପ୍ରତିଶତ ଥିଲା। ଚଳିତ ଆର୍ଥତ୍କ ବର୍ଷରେ ମୁଦ୍ରାସ୍ଫୀତି ହାରାହାରି ୫.୧ ପ୍ରତିଶତ ଏବଂ ଆସନ୍ତା ବର୍ଷ ୪.୮ ପ୍ରତିଶତ ରହିବ ବୋଲି ଆଶା କରାଯାଉଛି।
ସରକାରୀ ତଥ୍ୟ ଅନୁଯାୟୀ ଏପ୍ରିଲରେ ଭାରତର ଶିଳ୍ପ ଉତ୍ପାଦନ ୪.୨ ପ୍ରତିଶତ ବଢ଼ିଛି। ଫ୍ୟାକ୍ଟ୍ରି ଉତ୍ପାଦନ ୨୦୨୨ ଏପ୍ରିଲରେ ୬.୭ ପ୍ରତିଶତ ବଢ଼ିଥିଲା। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଏପ୍ରିଲରେ ଉତ୍ପାଦନ ସେକ୍ଟର ଆଉଟ୍‌ପୁଟ୍‌ ୪.୯ ପ୍ରତିଶତ ବୃଦ୍ଧି ପାଇଛି। ସେହି ମାସରେ ଖଣି ଉତ୍ପାଦନ ୫.୧ ପ୍ରତିଶତ ବଢ଼ିଥିବା ଜଣାପଡ଼ିଛି।

Share