Categories: ବାଣିଜ୍ୟ

ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୫%କୁ ହ୍ରାସ

ନୂଆଦିଲ୍ଲୀ,୧୩।୪: କ୍ରମାଗତ ଭାବେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ(ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତିରେ ହ୍ରାସ ଘଟୁଛି। ଏପରିକି ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ ଖୁଚୁରା ମୁଦ୍ରାସ୍ଫୀତି ୨୦୨୪ ମାର୍ଚ୍ଚରେ ୪.୮୫%କୁ ହ୍ରାସ ପାଇଛି। ଫଳରେ ଖୁଚୁରା ମୁଦ୍ରାସ୍ଫୀତି ଗତ ୫ ମାସର ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଉଲ୍ଲେଖଯୋଗ୍ୟ, ଖୁଚୁରା ମୁଦ୍ରାସ୍ଫୀତି ୨୦୨୪ ଫେବୃଆରୀରେ ୫.୦୯% ରହିଥିଲାବେଳେ ୨୦୨୩ ମାର୍ଚ୍ଚରେ ଏହା ୫.୬୬% ଥିଲା। ପୂର୍ବରୁ ୨୦୨୩ ଅକ୍ଟୋବରରେ ସିପିଆଇ ଭିତ୍ତିକ ମୁଦ୍ରାସ୍ଫୀତି ସର୍ବନିମ୍ନ ଥିଲା ୪.୮୭ % ରହିଥିଲା।
ସେହିଭଳି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ଦ୍ୱାରା ଶୁକ୍ରବାର ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୨୪ ମାର୍ଚ୍ଚରେ ଖାଦ୍ୟ ମୁଦ୍ରାସ୍ଫୀତି ୮.୫୨% ଥିବାବେଳେ ଫେବୃଆରୀରେ ଏହା ୮.୬୬% ହ୍ରାସ ପାଇଛି। ଉଭୟ ପାର୍ଶ୍ୱରେ ମୁଦ୍ରାସ୍ଫୀତି ୦% ରହିଥିବାରୁ ସୁନିଶ୍ଚିତ କରିବାକୁ ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) କୁ ଦାୟିତ୍ୱ ଦେଇଛନ୍ତି। ଅପରପକ୍ଷରେ ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ ଭାରତର ଶିଳ୍ପ ଉତ୍ପାଦନ ଅଭିବୃଦ୍ଧି ୨୦୨୪ ଫେବୃଆରୀରେ ୫.୭%କୁ ବୃଦ୍ଧି ପାଇଛି। ଏପରିକି ଶିଳ୍ପ ଉପାଦାନ ଅଭିବୃଦ୍ଧି ଅନୁଯାୟୀ ମପାଯାଇଥିବା କାରଖାନା ଉତ୍ପାଦନ ଅଭିବୃଦ୍ଧି ୨୦୨୩ ଫେବୃଆରୀରେ ୬% ଥିଲା। ୨୦୨୩ ଅକ୍ଟୋବରରେ ଆଇଆଇପିର ପୂର୍ବର ଉଚ୍ଚତା ୧୧.୯%ରେ ରେକର୍ଡ କରାଯାଇଥିଲାବେଳେ ନଭେମ୍ବରରେ ୨.୫%, ଡିସେମ୍ବରରେ ୪.୨% ଏବଂ ୨୦୨୪ ଜାନୁଆରୀରେ ୪.୧%କୁ ହ୍ରାସ ପାଇଥିଲା। ସେହିପରିି ୨୦୨୩-୨୪ ଏପ୍ରିଲ-ଫେବୃଆରୀ ଅବଧିରେ ଶିଳ୍ପ ଉପାଦାନ ଅଭିବୃଦ୍ଧି ୫.୯%କୁ ଛୁଇଁଛି, ଯାହା ପୂର୍ବ ବର୍ଷ ତୁଳନାରେ ୫.୬% ଥିଲା। ସେହିପରି ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ବୟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦୨୪ ଫେବୃଆରୀରେ ଭାରତର ଶିଳ୍ପ ଉତ୍ପାଦନ ସୂଚକାଙ୍କ ୫.୭%କୁ ବୃଦ୍ଧି ପାଇଛି।

Share