Categories: ବାଣିଜ୍ୟ

ଖୁଚୁରା ମୁଦ୍ରାସ୍ଫୀତି ୬.୬୯%କୁ ହ୍ରାସ

ନୂଆଦିଲ୍ଲୀ, ୧୫।୯: ଦେଶ ମଧ୍ୟରେ ଖୁଚୁରା ମୁଦ୍ରାସ୍ଫୀତି ଅଗଷ୍ଟରେ ସାମାନ୍ୟ ହ୍ରାସ ହୋଇଛି। ଅଗଷ୍ଟରେ ଖାଉଟି ମୂଲ୍ୟ ସୂଚୀ(ସିପିଆଇ) ଭିତ୍ତିକ ମୁଦ୍ରାସ୍ଫୀତି ୬.୬୯% ସ୍ତରକୁ ଖସିଛି। ଏହା ଚଳିତ ବର୍ଷ ଜୁଲାଇରେ ୬.୭୩% ସ୍ତରରେ ରହିଥିଲା। କୋଭିଡ୍‌ ଯୋଗୁ ସାମଗ୍ରୀ ଯୋଗାଣରେ ବାଧା ଉପୁଜୁଥିବାରୁ ସାମଗ୍ରୀ ଦରଦାମ ଉଚ୍ଚରେ ରହିଛି। ଆଗାମୀ ଦିନରେ ଦରଦାମ ନିମ୍ନରେ ରହିବ ବୋଲି ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେ.ଭି.ସୁବ୍ରମଣ୍ୟନ କହିଥିଲେ। ସେହିଭଳି ଅଗଷ୍ଟରେ ପାଇକାରୀ ମୁଦ୍ରସ୍ଫୀତି ୦.୧୬% ସ୍ତରକୁ ବଢିଥିବା ସରକାରୀ ଡାଟାରୁ ସାମ୍ନାକୁ ଆସିଛି।

Share