ଅଗଷ୍ଟରେ ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୩।୯(ଅନୁରାଧା ମହାରଣା): ଚଳିତବର୍ଷ ଅଗଷ୍ଟ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪ ପ୍ରତିଶତରୁ କମ୍‌ ରହିଛି। ଜୁଲାଇ ତୁଳନାରେ ଅଗଷ୍ଟରେ ଏହି ହାରରେ  ବୃଦ୍ଧି ଘଟିଛି। ଜୁଲାଇରେ ଏହି ହାର ୩.୫୪ ପ୍ରତିଶତ ରହିଥିବାବେଳେ ଅଗଷ୍ଟରେ ୩.୬୫ ପ୍ରତିଶତ ରହିଛି। ଗତ ୫ ବର୍ଷ ମଧ୍ୟରେ ଖୁଚୁରା ମୁଦ୍ରାସ୍ଫୀତିର ଏହା ହେଉଛି ଦ୍ୱିତୀୟ ସର୍ବନିମ୍ନ ଆକଳନ। ଖାଦ୍ୟ ମୁଦ୍ରାସ୍ଫୀତି ହ୍ରାସ ହେତୁ ଖୁଚୁରା ମୁଦ୍ରାସ୍ଫୀତିରେ ଏହି ହ୍ରାସ ଘଟିଛି।  କ୍ରମାଗତ ଦ୍ୱିତୀୟ ମାସ ପାଇଁ ଗ୍ରାହକ ମୂଲ୍ୟ ସୂଚକାଙ୍କ ଏହାର ସହନଶୀଳତା ବ୍ୟାଣ୍ଡ ୪ ପ୍ରତିଶତ ତଳେ ରହିଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ( ଆର୍‌ବିଆଇ) ପାଇଁ ଏହା ଆଶ୍ୱସ୍ତିକର ସାବ୍ୟସ୍ତ ହୋଇଛି।
ସୂଚନା ଥାଉକି, ଅଗଷ୍ଟରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୫.୬୬ ପ୍ରତିଶତ ରହିଛି ଯାହାକି ଜୁଲାଇରେ ୫.୪୨ ପ୍ରତିଶତ ଥିଲା। ଜୁଲାଇ ତୁଳନାରେ ଅଗଷ୍ଟରେ ଖାଦ୍ୟ ମୁଦ୍ରାସ୍ଫୀତି ହାରରେ ସାମାନ୍ୟ ବୃଦ୍ଧି ଘଟିଛି। ୨୦୨୩ ଅଗଷ୍ଟରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୯.୯୩ ପ୍ରତିଶତ ଥିଲା । ଖୁଚୁରା ମୁଦ୍ରାସ୍ଫୀତିର ତଥ୍ୟ ପ୍ରକାଶକରି ପରିସଂଖ୍ୟାନ ମନ୍ତ୍ରଣାଳୟ କହିଛି ,  ୨୦୨୪ ଅଗଷ୍ଟରେ ଖାଦ୍ୟ ମୁଦ୍ରାସ୍ଫୀତି  ୨୦୨୩ ଜୁନ୍‌ ପରଠାରୁ ସର୍ବନିମ୍ନ ।
ପରିସଂଖ୍ୟାନ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟ ଅନୁଯାୟୀ, ଜୁଲାଇ ତୁଳନାରେ ଅଗଷ୍ଟ ୨୦୨୪ ରେ ପନିପରିବା ମୁଦ୍ରାସ୍ଫୀତିରେ ବୃଦ୍ଧି ଘଟିଛି। ପନିପରିବାର ମୁଦ୍ରାସ୍ଫୀତି ଅଗଷ୍ଟରେ ୧୦.୭୧ ପ୍ରତିଶତ ଥିଲା, ଯାହା ଜୁଲାଇରେ ୬.୮୩ ପ୍ରତିଶତ ଥିଲା। ଡାଲିର ମୁଦ୍ରାସ୍ଫୀତି ହାର ଅଗଷ୍ଟରେ ୧୩.୬୦ ପ୍ରତିଶତ ଥିଲା ଯାହା ଜୁଲାଇରେ ୧୪.୭୭ ପ୍ରତିଶତ ଥିଲା। ଶସ୍ୟ ଏବଂ ଆନୁଷଙ୍ଗିକ ଦ୍ରବ୍ୟର ମୁଦ୍ରାସ୍ଫୀତି ଅଗଷ୍ଟରେ ୭.୩୧ ପ୍ରତିଶତ ଥିଲା, ଯାହା ଜୁଲାଇରେ ୮.୧୪ ପ୍ରତିଶତ ଥିଲା। ଚିନିର ମୁଦ୍ରାସ୍ଫୀତି ହାର ୪.୭୦ ପ୍ରତିଶତ ହୋଇଛି ଯାହା ଜୁଲାଇରେ ୫.୨୨ ପ୍ରତିଶତ ଥିଲା। ଅଣ୍ଡାର ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇଛି ଏବଂ ଏହା ୭.୧୪ ପ୍ରତିଶତ ହୋଇଛି ଯାହା ଜୁଲାଇରେ ୬.୭୬ ପ୍ରତିଶତ ଥିଲା। କ୍ଷୀର ଏବଂ ଏହାର ଆନୁଷଙ୍ଗିକ ଦ୍ରବ୍ୟର ମୁଦ୍ରାସ୍ଫୀତି ହାର ୨.୯୮ ପ୍ରତିଶତ ହୋଇଥିବାବେଳେ ମାଂସ ଏବଂ ମାଛର ମୁଦ୍ରାସ୍ଫୀତି ହାର ୪.୩୦ ପ୍ରତିଶତ ରହିଛି। ସେହିପରି ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ହାର ୩.୬୫ ପ୍ରତିଶତ ହୋଇଛି ଏବଂ ଏହା କ୍ରମାଗତ ଦ୍ୱିତୀୟ ମାସ ଯେତେବେଳେ ମୁଦ୍ରାସ୍ଫୀତି ହାର ଆରବିଆଇର ୪ ପ୍ରତିଶତ ସହନଶୀଳତା ବ୍ୟାଣ୍ଡ ତଳେ ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

ହୋଣ୍ଡା ଆମେଜ୍‌ର ପ୍ରତିକୃତି ଅନାବରଣ

ନୂଆଦିଲ୍ଲୀ,୧୩।୧୧(ଅଭୟ ଦାଶ): ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌) ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡା ଆମେଜର ଉଭୟ ବାହ୍ୟ ଓ...

କମ୍‌ଭିଭା ସହ ଏଡବ୍ଲ୍ୟୁଏସ୍‌ର ବୁଝାମଣା

ନୂଆଦିଲ୍ଲୀ,୧୩।୧୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା କମ୍‌ଭିଭା ଏବଂ ଆମାଜନ ୱେବ୍‌ ସର୍ଭିସେସ୍‌ (ଏଡବ୍ଲ୍ୟୁଏସ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏ ସମ୍ପର୍କରେ...

ନିବେଶକ ହରାଇଲେ ୬ ଲକ୍ଷ କୋଟି

ମୁମ୍ବାଇ,୧୩।୧୧: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀର ପ୍ରଭାବ ସିଧା ଭାରତୀୟ ଷ୍ଟକ୍‌ ବଜାର କାରବାର ଉପରେ ପଡ଼ିଛି। ଫଳରେ ମଙ୍ଗଳବାର ଘରୋଇ ଶେୟାର ବଜାରର...

ଆର୍‌ବିଆଇ ଆକଳନ ହେଲା ଭୁଲ୍‌: ଖୁଚୁରା ମୁଦ୍ରାସ୍ଫୀତି ୬.୨୧%

ମୁମ୍ବାଇ/ନୂଆଦିଲ୍ଲୀ,୧୩ା୧୧:ଦେଶରେ କିଛିବର୍ଷ ହେଲା ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ ବଢ଼ିଚାଲିଥିବାବେଳେ ଏଥିରେ ଲଗାମ ଲଗାଇବା ପାଇଁ ମୁଦ୍ରାସ୍ଫୀତିକୁ ୨%ରୁ ୬% ମଧ୍ୟରେ ସୀମିତ ରଖିବା ଲାଗି ଭାରତୀୟ...

ସ୍ମାର୍ଟଫୋନ ବ୍ୟବହାରକାରୀଙ୍କୁ ଲାଗିବ ବଡ଼ ଝଟକା, ୨୦୨୫ରେ ବଢିବ…

ନୂଆଦିଲ୍ଲୀ,୧୨।୧୧: ସାରା ବିଶ୍ୱରେ ସ୍ମାର୍ଟଫୋନର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପ୍ରତିଦିନ ନୂଆ କମ୍ପାନୀ ବଜାରରେ ସ୍ମାର୍ଟଫୋନ ଲଞ୍ଚ କରୁଛନ୍ତି। କିନ୍ତୁ ୨୦୨୫ରେ ସ୍ମାର୍ଟଫୋନ...

ଏହି ଦିନ ଶେଷ ହେଉଛି ଆଧାର କାର୍ଡ ସହିତ ପାନକୁ ଲିଙ୍କ୍ କରିବାର ଶେଷ ତାରିଖ: ଅଚଳ ହୋଇଯିବ ପାନ୍ କାର୍ଡ

ନୂଆଦିଲ୍ଲୀ,୧୨।୧୧: ଆୟକର ବିଭାଗ କରଦାତାମାନଙ୍କୁ ସେମାନଙ୍କର ସ୍ଥାୟୀ ଆକାଉଣ୍ଟ ନମ୍ବର (ପାନ୍) କୁ ଡିସେମ୍ବର ୩୧, ୨୦୨୪ ପୂର୍ବରୁ ଆଧାର କାର୍ଡ ସହିତ ଲିଙ୍କ୍ କରିବାକୁ...

ବେଦାନ୍ତ ଲାଞ୍ଜିଗଡ଼ ଜୋନାଲ ସ୍ପୋଟର୍‌ସ ମିଟ୍‌

ଭୁବନେଶ୍ୱର, ୧୨ା୧୧ (ବିଜୟ ରଣା): ବେଦାନ୍ତ ଆଲୁମିନିୟମ ଲିମିଟେଡ୍‌ ଲାଞ୍ଜିଗଡ଼ ଆନୁକୂଲ୍ୟରେ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟ ପରିସରରେ ଜୋନାଲ ସ୍ପୋଟର୍‌ସ ମିଟ୍‌ ଇତିମଧ୍ୟରେ ଅନୁଷ୍ଠିତ...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ସହ ସିକ୍ୟୁରଆଇଜ୍‌’ର ବୁଝାମଣା

ଭୁବନେଶ୍ୱର,୧୨।୧୧: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଏବଂ ସିକ୍ୟୁରଆଇଜ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ସୋମବାର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri