ଜୁନ୍‌ରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫ ପ୍ରତିଶତ ଆକଳନ

ଭୁବନେଶ୍ୱର,୧୨ା୭(ଅନୁରାଧା ମହାରଣା): ଜୁନ୍‌ ମାସରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ହାର ପ୍ରାୟ ୫ ପ୍ରତିଶତ ହେବ ବୋଲି ଆଶା କରାଯାଉଛି। ଗୁରୁବାର ଏକ ସାକ୍ଷାତ୍‌କାରରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ଏପରି କହିଛନ୍ତି। ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି, ମୁଦ୍ରାସ୍ଫୀତି ହାର ୪ ପ୍ରତିଶତରେ ନ ପହଞ୍ଚତ୍ବା ପର୍ଯ୍ୟନ୍ତ ସୁଧ ହାର ହ୍ରାସ କରିବା ବିଷୟରେ କଥା କହିବା ଠିକ୍‌ ହେବ ନାହିଁ। ଗଭର୍ନର ଦାସଙ୍କ ଏପରି ମତ ପରେ ନିକଟ ଭବିଷ୍ୟତରେ ସୁଧ ହାରରେ କୌଣସି ହ୍ରାସ ହେବ ନାହିଁ ବୋଲି ଆଶା କରାଯାଉଛି। ତେବେ ନ୍ୟୁଟ୍ରାଲ ମୁଦ୍ରାସ୍ଫୀତି ହାର ବିଷୟରେ ଆର୍‌ବିଆଇ ଚିନ୍ତା କରୁଥିବା ଦାସ କହିଛନ୍ତି।

ସୂଚନା ଥାଉକି, ଆର୍‌ବିଆଇର ଲଗାତର ବୈଠକ ସତ୍ତ୍ୱେ ସୁଧ ହାର ହ୍ରାସ ପାଇନାହିଁ। ଗତ ମାସରେ ଅନୁଷ୍ଠିତ ହୋଇଥିବା ମୁଦ୍ରାନୀତି ସମୀକ୍ଷା ବୈଠକରେ କ୍ରମାଗତ ଅଷ୍ଟମ ଥର ପାଇଁ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ପୀତି ହାରରେ କୌଣସି ପରିବର୍ତ୍ତନ କରିନାହିଁ। ତେବେ ମୁଦ୍ରାନୀତି କମିଟିର ୬ ଜଣ ସଦସ୍ୟଙ୍କ ମଧ୍ୟରୁ ୨ ଜଣ ସୁଧ ହାର ହ୍ରାସ କରିବାକୁ ସପକ୍ଷରେ ମତ ଦେଇଛନ୍ତି। ମାତ୍ର ଗଭର୍ନର ଶକ୍ତିକାନ୍ତଙ୍କ ମତାନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ଆର୍‌ବିଆଇ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରଖିବା ଲକ୍ଷ୍ୟ ହାସଲ କରିବା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା ଉଚିତ। ରଏଟର୍ସ ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ ଜୁନ୍‌ରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ହାର ସାମାନ୍ୟ ବୃଦ୍ଧି ପାଇ ୪.୮ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ମେ ମାସରେ ଏହି ହାର ୪.୭୫ ପ୍ରତିଶତ ଥିଲା। ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ହାରର ସରକାରୀ ତଥ୍ୟ ଶୁକ୍ରବାର ପ୍ରକାଶ ପାଇବ।

ଶକ୍ତିକାନ୍ତ ଏହା ମଧ୍ୟ କହିଛନ୍ତି , ଦେଶର ବିକାଶର ଗତି ବଳବତ୍ତର ରହିଛି ଏବଂ ମାର୍ଚ୍ଚ ୨୦୨୫ରେ ଶେଷ ଆର୍ଥିକ ବର୍ଷରେ ୭.୨ ପ୍ରତିଶତ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବ। କେବଳ ଏତିକି ନୁହେଁ, ସେ ମଧ୍ୟ ଆଶାବ୍ୟକ୍ତ କରିଛନ୍ତି, ଭାରତୀୟ ଅର୍ଥ ବ୍ୟବସ୍ଥା ୮ ପ୍ରତିଶତ ଅଭିବୃଦ୍ଧି ହାର ଆଡ଼କୁ ଗତି କରୁଛି ଏବଂ ଦେଶର ଆର୍ଥିକ ଭବିଷ୍ୟତକୁ ନେଇ ସେ ଅତ୍ୟନ୍ତ ଆଶାବାଦୀ। ଶକ୍ତିକାନ୍ତ କହିଛନ୍ତି , ରିଜର୍ଭ ବ୍ୟାଙ୍କ ଏକ ନ୍ୟୁଟ୍ରାଲ ସୁଧ ହାର ଉପରେ ତର୍ଜମା କରୁଛି। ଆର୍‌ବିଆଇ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାର ଲକ୍ଷ୍ୟ ହାସଲ କରିବ ଏବଂ ଦେଶର ଅଭିବୃଦ୍ଧି ହାର ସର୍ବୋଚ୍ଚ ସ୍ତରରେ ରହିବ ସେତେବେଳେ। ଏହି ନିରପେକ୍ଷ ସୁଧ ହାରକୁ ନେଇ ଆର୍‌ବିଆଇର ଆକଳନ ଆସନ୍ତା ମାସେ କିମ୍ବା ୨ ମାସ ମଧ୍ୟରେ ପ୍ରକାଶ ପାଇବ ବୋଲି ଶକ୍ତିକାନ୍ତ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri