ଖିମ୍‌ଜୀକୁ ରିଟେଲ ଜୁଏଲେରି ଏମ୍‌ଡି ଆଣ୍ଡ ସିଇଓ ଆୱାର୍ଡ

ଭୁବନେଶ୍ୱର, ୮।୧(ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍‌ଜୀ ଜୁଏଲର୍ସ’କୁ ନିକଟରେ ଆଉ ଏକ ଜାତୀୟ ସ୍ତରର ସମ୍ମାନ ‘ରିଜିଓନାଲ ରିଟେଲ ଚେନ୍‌ ଅଫ୍‌ ଦି ଇୟର (ଇଷ୍ଟ) ପୁରସ୍କାର’ ପ୍ରଦାନ କରାଯାଇଛି। ଏପରିକି ଭାରତର ପୂର୍ବାଞ୍ଚଳରୁ ଜୁଏଲେରି ଶିଳ୍ପରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଖିମ୍‌ଜୀ ଜୁଏଲର୍ସକୁ ରିଟେଲ ଜୁଏଲେରି ଏମ୍‌ଡି ତଥା ସିଇଓ ଆଓ୍ବାର୍ଡସରେ ସମ୍ମାନିତ କରାଯାଇଛି। ଉଲ୍ଲେଖଯୋଗ୍ୟ, ରିଟେଲ ଜୁଏଲେରି ଗ୍ରୁପ୍‌ ଦ୍ୱାରା
ମୁମ୍ବାଇଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସମ୍ମାନ ସମାରୋହରେ ଯୋଗଦେଇ ଖିମ୍‌ଜୀ ଜୁଏଲର୍ସର ଡାଇରେକ୍ଟର ମିତେଶ ଖିମ୍‌ଜୀ ବଲିଉଡ୍‌ ଅଭିନେତ୍ରୀ ସାନ୍ୟା ମାଲହୋତ୍ରା ଏବଂ ମିସ୍‌ ଇଣ୍ଡିଆ ଇଣ୍ଟରନ୍ୟାଶନାଲ-୨୦୨୧ର ବିଜେତା ତଥା ଅଭିନେତ୍ରୀ ଜୋୟା ଆଫ୍ରୋଜ୍‌ଙ୍କ ଠାରୁ ଉପରୋକ୍ତ ସମ୍ମାନ ଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଭାରତର ସର୍ବବୃହତ୍‌ ଜୁଏଲେରି ବ୍ରାଣ୍ଡ୍‌ ସମୂହର ଏମ୍‌ଡି ଏବଂ ସିଇଓମାନେ ସାମିଲ ହୋଇଥିଲେ।
ଅପରପକ୍ଷରେ ଉକ୍ତ କାର୍ଯ୍ୟକ୍ରମର ଅଫିସିଆଲ ନଲେଜ ପାର୍ଟନର ଏବଂ ଅଡିଟର ଭାବେ ପରାମର୍ଶଦାତା ସଂସ୍ଥା ଡିଲଏଟ ରହିଥିବା ବେଳେ ଏହା ଖିମ୍‌ଜୀ ଜୁଏଲର୍ସ ପାଇଁ ବୃହତ୍ତର ସାଧନ ସମ୍ପନ୍ନତାକୁ ଆଗେଇନେବା ଏବଂ ପୂର୍ବ ଭାରତରେ ଉକ୍ତ ବ୍ରାଣ୍ଡ୍‌ର ବ୍ୟବସାୟିକ ସଫଳତାର ନିମନ୍ତେ ଧ୍ୱଜାଧାରୀ ଭାବେ ନିଜର ସ୍ଥିତି ଜାରି ରଖିବାକୁ ଅଧିକ ସ୍ବୀକୃତି ବୋଧ, ବିଜୟୀ ଭାବନା ଏବଂ ଦାୟିତ୍ୱବୋଧ ଆଣିଦେଇଛି।
ଏ ସମ୍ପର୍କରେ ମିତେଶ ଖିମ୍‌ଜୀ କହିଛନ୍ତି, ଜୁଏଲେରି ଶିଳ୍ପର ଏଭଳି ଏକ ଭବ୍ୟ ସମାବେଶରେ ସ୍ବୀକୃତି ଲାଭକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମର ସମକକ୍ଷମାନଙ୍କ ମଧ୍ୟରେ ସ୍ବୀକୃତି ଲାଭ କରିବା ଆମର ମୂଲ୍ୟବୋଧ, କଠିନ ପରିଶ୍ରମ, କର୍ତ୍ତବ୍ୟପରାୟଣତା,ଉପତ୍ାଦବର୍ଗ ଏବଂ ଗ୍ରାହକ ହିତୈଷୀ ନୀତିଗୁଡିକ ପ୍ରତି ଆମର ପ୍ରତିବଦ୍ଧତାର ନିଦର୍ଶନ ହୋଇଛି। ବିଶେଷକରି ଏହି ମୂଲ୍ୟବୋଧ ଏବଂ କାର୍ଯ୍ୟଗୁଡିକ ବଜାରରେ ଅନ୍ୟ ସମସ୍ତଙ୍କଠାରୁ ଆମକୁ ପୃଥକ୍‌ କରୁଛି ଏବଂ ଏହି ସମୁଦାୟ ଶ୍ରେୟ ୧୧୦୦ରୁ ଅଧିକ ଲୋକଙ୍କର ଏକ ଟିମ୍‌କୁ ଯାଉଛି। ସେହିଭଳି ଏହି ବ୍ରାଣ୍ଡ୍‌ ଚଳିତ ବର୍ଷରେ ଅଧିକ ସଫଳତା ହାସଲ ଏବଂ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନକୁ ସମ୍ପ୍ରସାରଣ କରିବାକୁ ପୂର୍ଣ୍ଣ ପ୍ରସ୍ତୁତ ରହିଛି। ସୂଚନାଯୋଗ୍ୟ, ସମ୍ପ୍ରତି ଓଡ଼ିଶାରେ ଖିମଜୀ ଜୁଏଲର୍ସର ୯ଟି ଷ୍ଟୋର ରହିଥିବାବେଳେ ଏହା ରାଜ୍ୟରେ ସର୍ବବୃହତ୍‌ ରିଟେଲ ଜୁଏଲେରି ଚେନ୍‌ ଭାବେ ଉଭାହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୃହତ୍‌ ସଞ୍ଚୟ ଉପରେ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ,୨୨।୯: ଇ କର୍ମସ ବଜାରରେ ସବୁଠାରୁ ବଡ଼ ପର୍ବ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ-୨୦୨୪ ସମ୍ପର୍କରେ ଘୋଷଣା କରାଯାଇଛି। ୨୦୨୪ ସେପ୍ଟେମ୍ବର ୨୭ରୁ ଏହି ମହାପର୍ବ...

ଅକ୍ଟୋବର ୨ରୁ ବୁଣାକାରଙ୍କ ମଜୁରି ବୃଦ୍ଧି

ନୂଆଦିଲ୍ଲୀ,୨୨।୯: ଭାରତ ସରକାରଙ୍କ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)ର ଅଧ୍ୟକ୍ଷ ମନୋଜ କୁମାର ଚଳିତ...

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର...

ଟିପିସିଓଡିଏଲ୍‌ ଏପିଏସ୍‌ସିସିର ଶୁଭାରମ୍ଭ

ଭୁବନେଶ୍ୱର,୨୧।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଟକ ସହରାଞ୍ଚଳରେ ଏକ ୨୪ ଘଣ୍ଟିଆ ସ୍କାଡ଼ା ଏନାବଲ୍ଡ ସର୍କଲ ୟୁନିଟ୍‌ ପଏଣ୍ଟ ବା...

ୟୁବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୯ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ନୂତନ ଶାଖା ‘ନିଶ୍ଚିନ୍ତକୋଇଲ ଶାଖା’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରରେ ମାହାଙ୍ଗା ବିଧାୟକ...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri