Categories: ବାଣିଜ୍ୟ

ଖିମ୍‌ଜୀକୁ ରିଟେଲ ଜୁଏଲେରି ଏମ୍‌ଡି ଆଣ୍ଡ ସିଇଓ ଆୱାର୍ଡ

ଭୁବନେଶ୍ୱର, ୭।୧ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍‌ଜୀ ଜୁଏଲର୍ସ’କୁ ନିକଟରେ ଆଉ ଏକ ଜାତୀୟ ସ୍ତରର ସମ୍ମାନ ‘ରିଜିଓନାଲ ରିଟେଲ ଚେନ୍‌ ଅଫ୍‌ ଦି ଇୟର (ଇଷ୍ଟ) ପୁରସ୍କାର’ ପ୍ରଦାନ କରାଯାଇଛି। ଏପରିକି ଭାରତର ପୂର୍ବାଞ୍ଚଳରୁ ଜୁଏଲେରି ଶିଳ୍ପରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଖିମ୍‌ଜୀ ଜୁଏଲର୍ସକୁ ରିଟେଲ ଜୁଏଲେରି ଏମ୍‌ଡି ତଥା ସିଇଓ ଆଓ୍ବାର୍ଡସରେ ସମ୍ମାନିତ କରାଯାଇଛି। ଉଲ୍ଲେଖଯୋଗ୍ୟ, ରିଟେଲ ଜୁଏଲେରି ଗ୍ରୁପ୍‌ ଦ୍ୱାରା ମୁମ୍ବାଇଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସମ୍ମାନ ସମାରୋହରେ ଯୋଗଦେଇ ଖିମ୍‌ଜୀ ଜୁଏଲର୍ସର ଡାଇରେକ୍ଟର ମିତେଶ ଖିମ୍‌ଜୀ ବଲିଉଡ୍‌ ଅଭିନେତ୍ରୀ ସାନ୍ୟା ମାଲହୋତ୍ରା ଏବଂ ମିସ୍‌ ଇଣ୍ଡିଆ ଇଣ୍ଟରନ୍ୟାଶନାଲ-୨୦୨୧ର ବିଜେତା ତଥା ଅଭିନେତ୍ରୀ ଜୋୟା ଆଫ୍ରୋଜ୍‌ଙ୍କ ଠାରୁ ଉପରୋକ୍ତ ସମ୍ମାନ ଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଭାରତର ସର୍ବବୃହତ୍‌ ଜୁଏଲେରି ବ୍ରାଣ୍ଡ୍‌ ସମୂହର ଏମ୍‌ଡି ଏବଂ ସିଇଓମାନେ ସାମିଲ ହୋଇଥିଲେ। ଏ ସମ୍ପର୍କରେ ମିତେଶ ଖିମ୍‌ଜୀ କହିଛନ୍ତି, ଜୁଏଲେରି ଶିଳ୍ପର ଏଭଳି ଏକ ଭବ୍ୟ ସମାବେଶରେ ସ୍ବୀକୃତି ଲାଭକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମର ସମକକ୍ଷମାନଙ୍କ ମଧ୍ୟରେ ସ୍ବୀକୃତି ଲାଭ କରିବା ଆମର ମୂଲ୍ୟବୋଧ, କଠିନ ପରିଶ୍ରମ, କର୍ତ୍ତବ୍ୟପରାୟଣତା, ଉତ୍ପାଦବର୍ଗ ଏବଂ ଗ୍ରାହକ ହିତୈଷୀ ନୀତିଗୁଡିକ ପ୍ରତି ଆମର ପ୍ରତିବଦ୍ଧତାର ନିଦର୍ଶନ ହୋଇଛି। ବିଶେଷକରି ଏହି ମୂଲ୍ୟବୋଧ ଏବଂ କାର୍ଯ୍ୟଗୁଡିକ ବଜାରରେ ଅନ୍ୟ ସମସ୍ତଙ୍କଠାରୁ ଆମକୁ ପୃଥକ୍‌ କରୁଛି ଏବଂ ଏହି ସମୁଦାୟ ଶ୍ରେୟ ୧୧୦୦ରୁ ଅଧିକ ଲୋକଙ୍କର ଏକ ଟିମ୍‌କୁ ଯାଉଛି।

Share