Categories: ଜାତୀୟ

ରାହୁଲ ପ୍ରଧାନମନ୍ତ୍ରୀ ହେବା ପରେ ରାଜନୀତିରୁ ନେବି ସନ୍ୟାସ: ହରିଶ୍‌ ରାଓ୍ବତ

ଡେରାଡୁନ୍‌,୨୩।୧୧: ଦେଶରେ ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ପରେ ରାଜନୀତିରୁ ସନ୍ୟାସ ନେବାକୁ କଂଗ୍ରେସ ନେତା ହରିଶ୍‌ ରାଓ୍ବତ କହିଛନ୍ତି। ଦଳର ରାଷ୍ଟ୍ରୀୟ ମହାସଚିବ ତଥା ପଞ୍ଜାବର ରାଜ୍ୟ ପ୍ରଭାରୀ ଭାବେ କାର୍ଯ୍ୟ କରୁଥିବା ହରିଶ୍‌ଙ୍କ ଏଭଳି ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ରାହୁଲଙ୍କ ନେତୃତ୍ୱରେ ଦେଶରେ ପୁଣି ସାମ୍ବିଧାନିକ ଲୋକତାନ୍ତ୍ରିକ ଶକ୍ତିର ବିଜୟ ହେବ ବୋଲି ହରିଶ୍‌ କହିଛନ୍ତି। ଏହା ସହିତ ସେ ବିରୋଧୀ ଦଳକୁ ଟାଗେର୍ଟ କରିଛନ୍ତି। ସେ କହିଛନ୍ତି ଯେ, ରାଜନୀତିରେ ସଫଳତା ବିଫଳତା ଲାଗି ରହିଥାଏ। ଏବେ ରାହୁଲଙ୍କ ପ୍ରତି ଆକ୍ଷେପ କରୁଥିବା ବିରୋଧୀ ଆଗାମୀ ଦିନରେ ଏହାର ଉତ୍ତର ପାଇବେ। ଦେଶର ଜନସାଧାରଣ ବିରୋଧୀ ଦଳକୁ କଡ଼ା ଜବାବ ଦେବେ ବୋଲି ସେ କହିଛନ୍ତି।

Share