ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀଙ୍କ ପରଲୋକ

ପାଟଣା,୮।୨(ସ୍ବ. ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ ନେଲୁଙ୍ଗ ଗ୍ରାମରେ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ଶିକ୍ଷାବିତ ପ୍ରହ୍ଲାଦ ଦାଶଙ୍କ ସୋମବାର ରାତ୍ରିରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଚାକିରି ଜୀବନରେ ପ୍ରହଲ୍ଲାଦ ଜଣେ ସଚୋଟ, ଦକ୍ଷ ଅଧିକାରୀ ଭାବେ ଜଣାଶୁଣା ବ୍ୟକ୍ତି ଥିଲେ।

ମଙ୍ଗଳବାର ସ୍ବାମଶାସନରୁ ମୃତଦେକୁ ଏକ ଶୋଭାଯାତ୍ରାରେ ଆଣି ଦୁର୍ଗାଦେଇପୁର ବୈତରଣୀ ନଦୀ କୂଳ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ବଡ଼ ପୁଅ ମନୋଜ ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ବିଦ୍ୟାଧର ଦାଶ, କଂଗ୍ରେସ ନେତା ଲକ୍ଷଣ ଦାଶ, ପୂର୍ବତନ ପାଟଣା ବିଧାୟକ କାହ୍ନୁ ଚରଣ ନାଏକ, ପାଟଣା ବିଧାୟକ ଜଗନ୍ନାଥ ନାଏକ, ବିଜେଡି ବ୍ଲକ ସଭାପତି ମାଧବାନନ୍ଦ ପୃଷ୍ଟି, ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ ସାମାଜିକକର୍ମୀ ଅଜିତ କୁମାର ଦାଶ, ଜାତୀନ୍ଦ୍ର ଦାଶ, ଜ୍ଞାନେନ୍ଦ୍ର ମିଶ୍ର ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି।

Share