ୱାର୍ଡସଭ୍ୟ ପାଇଁ ମଇଦାନରେ ଅବସରପ୍ରାପ୍ତ କୃଷି ଅଧିକାରୀ

ଅମରପାଲି,୨୦ା୨(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଳକ ଚମ୍ପାମାଳ ପଞ୍ଚାୟତ ଅଧୀନ ଚମ୍ପାପୁର ଗ୍ରାମ ୬ନମ୍ବର ୱାର୍ଡ ସଭ୍ୟ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଅବସରପ୍ରାପ୍ତ ଜିଲା କୃଷି ଅଧିକାରୀ ନିତ୍ୟାନନ୍ଦ ପଣ୍ଡା। ତାଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ଏମଏସସି ଏଜି। ସେ କୃଷି ବିଭାଗର ବିଭିନ୍ନ ପଦ ପଦବୀରେ ରହି ଜିଲା କୃଷି ଅଧିକାରୀ ଭାବେ ୨୦୦୯ରେ ଅବସର ଗ୍ରହଣ କରିଥିଲେ। ତୃଣମୂଳସ୍ତରରେ ଲୋକଙ୍କୁ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରିବା ସହିତ ସମାଜସେବା ପାଇଁ ସେ ନିର୍ବାଚନ ଲଢୁଥିବା ନିତ୍ୟାନନ୍ଦ ପ୍ରତିକ୍ରିୟାରେ କହିଛନ୍ତି। ୨୨ତାରିଖରେ ଚମ୍ପାମାଳ ପଞ୍ଚାୟତରେ ମତଦାନ ହେବ।

 

Share