ଅବସରପ୍ରାପ୍ତ କନଷ୍ଟେବଲଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

କୁଆଁରମୁଣ୍ଡା,୨୨।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଏବଗା ଥାନା ଅଧୀନ ଦଲକି ପଞ୍ଚାୟତ କଲୋନୀପଡ଼ା ବସ୍ତିରେ କଲେବର ପ୍ରଧାନ(୬୨) ନାମକ ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ସେ କନଷ୍ଟେବଲ ଭାବେ କାର୍ଯ୍ୟ କରୁଥିଲେ।

ପୋଲିସ ସୂଚନା ଅନୁଯାୟୀ କଲୋନୀପଡା ନିବାସୀ କଲେବର ଗୁରୁବାର ସାରେ ତାଙ୍କ ସାଙ୍ଗ ସମୀର କିଷାନଙ୍କ ସହିତ ମିଶି ନିଶାସେବନ କରିଥିଲେ। ରାତିରେ କଲେବରଙ୍କ ଘରେ ସମୀର ଥିଲେ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ସାମାନ୍ୟ ଝଗଡ଼ା ହୋଇଥିଲା। ଭୋର ପ୍ରାୟ ପାଞ୍ଚଟାରେ ଶୋଇଥିବା ଅବସ୍ଥାରେ କଲେବରଙ୍କୁ ଏକ ଟାଙ୍ଗିଆରେ ସମୀର ଆକ୍ରମଣ କରିଥିଲେ। କଲେବର ଗୁରୁତର ଆହତ ହୋଇ ଚିତ୍କାର କରିଥିଲେ। ପାଟି ଶୁଣି କଲେବରଙ୍କ ପରିବାର ଲୋକେ ଆସିବାରୁ ସମୀର ଫେରାର୍‌ ହୋଇଯାଇଥିଲେ। ଖବରପାଇ ରାଏବଗା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି କଲେବରଙ୍କୁ ଚିକିତ୍ସା ନିମନ୍ତେ ବୁର୍ଲା ପଠାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ କଲେବରଙ୍କ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ସମୀରଙ୍କୁ ରାଏବଗା ପୋଲିସ ଦଲକି ବ୍ରିଜ ନିକଟରୁ ଗିରଫ କରି ଥାନାକୁ ଆଣି ପଚରାଉଚରା କରୁଛି। ସୁନ୍ଦରଗଡ଼ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ଘଟଣାର ଅଧିକ ତଦନ୍ତ ଚଳାଇଛି।

Share